ମୁଁ କାହାକୁ ଡରେନି, ଲିଗାଲ ଆକ୍ସନ ନେବି: ପ୍ରକୃତି
ମୁଁ କାହାକୁ ଡରେନି, ଲିଗାଲ ଆକ୍ସନ ନେବି: ପ୍ରକୃତି
ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବାବୁସାନଙ୍କ ପତ୍ନୀ କାର ଭିତରେ ଆକ୍ରମଣ କରିବା ଘଟଣାକୁ ନେଇ ଏବେ ଚାରିଆଡେ଼ ଚର୍ଚ୍ଚା । ତେବେ ଏନେଇ ପ୍ରକୃତି ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମୋତେ ଏୟାରପୋର୍ଟକୁ ଆଣିବାକୁ ବାବୁସାନ ଯାଇଥିଲେ । ରାସ୍ତାରେ ତାଙ୍କ ପତ୍ନୀ ଓ ଶ୍ୱଶୁର ଗୁଣ୍ଡା ଧରି ଆକ୍ରମଣ କଲେ । ବାବୁସାନଙ୍କୁ ଟର୍ଚର କଲେ । ମୋତେ ଫିଜିକାଲ ଆବୁ୍ୟଜ କଲେ । ବାବୁସାନଙ୍କ ଶ୍ୱଶୁର ଓ ଗୁଣ୍ଡାମାନେ ମୋତେ ବହୁତ ମିସବିହେବ କଲେ । ମୋ ଚୁଟି ଧରି ଭିଡ଼ାଭିଡ଼ି କରିଛନ୍ତି । ମୋତେ ମିସବିହେବ କରିଛନ୍ତି । ମୁଁ ହେଲପ ହେଲପ ଡାକୁଥିବାବେଳେ କେହି ହେଲପ କଲେନି । ଏଠି କେହି ହେଲପ କରନ୍ତିନି । ଲୋକଙ୍କୁ ଦେଖିବାକୁ ମଜା ଲାଗେ । ମୁଁ କାହାକୁ ଛାଡ଼ିବିନି । ଆଇନଗତ ପଦକ୍ଷେପ ନେବି । ଗୋଟିଏ ପୁଅ ଓ ଗୋଟିଏ ଝିଅ କ’ଣ ସାଙ୍ଗ ହେବା ଭୁଲ । ମୋ ସହ ଯାହା ଘଟିଛି ମୁଁ ଭୁଲିବି ନାହିଁ । ସେଥିପାଇଁ ଯାହା ଲିଗାଲ ଆକ୍ସନ ନେବା କଥା ନେବି । ମୁଁ କାହାକୁ ଡରେନି । କାହାକୁ ଡରିବାର ନାହିଁ ।
ପ୍ରକାଶ ଯେ, ଆଜି ସକାଳୁ କାର ଭିତରେ ବାବୁସାନ ଓ ପ୍ରକୃତି ମିଶ୍ର ଥିବାବେଳେ ହଠାତ୍ ସେଠାରେ ବାବୁସାନଙ୍କ ସ୍ତ୍ରୀ ପହଞ୍ଚିଥିଲେ । ତାଙ୍କ ସହିତ ଥିଲେ ସ୍ଥାନୀୟ ଅଂଚଳର୮, ୧୦ ଜଣ ଯୁବକ ।
ବାବୁସାନଙ୍କ ଡୋର ଖୋଲି ଆରମ୍ଭ କରିଥିଲେ ଯୁକ୍ତି ତର୍କ । ଲୋକ ରୁଣ୍ଢ ହେବା ଯୋଗୁଁ ସେଠରେ କିଛି କହିପାରିନଥିଲେ ସୁପରଷ୍ଟାର ବାବୁସାନ । ବାବୁସାନଙ୍କ ସ୍ତ୍ରୀ ତୃପ୍ତି ସତପଥୀ କାର ଭିତରେ ପଶି ପ୍ରକୃତିଙ୍କୁ ଜୋରରେ ଚାପି ଧରିଥିଲେ । ଫଳରେ ପ୍ରକୃତି ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ । ତଥାପି ବି ପ୍ରକୃତିଙ୍କୁ ଛାଡି ନଥିଲେ ତୃପ୍ତି । ପ୍ରକୃତି ଅଟୋରେ ବସିବାକୁ ଯାଉଥିବାବେଳେ ତାଙ୍କୁ ତୃପ୍ତି ଗୋଡେଇ ଗୋଡେଇ ଯାଇ ପ୍ରକୃତି ତାଙ୍କ ପରିବାର ଧ୍ୱଂସ କରିଛନ୍ତି ବୋଲି କହୁଥିଲେ । ପ୍ରକୃତି ମଧ୍ୟ ତୃପ୍ତି ପାଗଳ ବୋଲି କହିବା ପାଇଁ ପଛେଇ ନଥିଲେ । ଏହି ସମୟରେ ବାବୁସାନଙ୍କ ପତ୍ନୀ ପ୍ରକୃତିଙ୍କୁ ଧକ୍କା ମାରିଥିଲେ ।




admin 