ମୃତ୍ୟୁ ପରେ ବି ଜନ୍ମଦିନର ଶୁଭେଚ୍ଛା ପଠାଇଲେ ରାଣୀ ଏଲିଜାବେଥ ୨ୟ
ମୃତ୍ୟୁ ପରେ ବି ଜନ୍ମଦିନର ଶୁଭେଚ୍ଛା ପଠାଇଲେ ରାଣୀ ଏଲିଜାବେଥ ୨ୟ
ବ୍ରିଟେନରେ ୧୦୦ ବର୍ଷ ବୟସରେ ପାଦ ଥାପୁଥିବା ବ୍ୟକ୍ତିଙ୍କୁ ରାଣୀ ଏଲିଜାବେଥ ୨ୟ ଅଭିନନ୍ଦନ ବାର୍ତ୍ତା ପଠାଇଥାନ୍ତି । ଏହା ପରେ ପ୍ରତି ବର୍ଷ ଜନ୍ମ ଦିନର ଶୁଭେଚ୍ଛା ର ବାର୍ତ୍ତା ଟେଲିଗ୍ରାମ ରାଣୀଙ୍କ ପକ୍ଷରୁ ଆସିଥାଏ । ତେବେ ଗତ ୮ ତାରିଖରେ ରାଣୀ ଏଲିଜାବେଥ ୨ୟଙ୍କ ପରଲୋକ ହେବା ପରେ ୧୦୦ ବର୍ଷ ବୟସରେ ପାଦ ଥାପିଥିବା ଗ୍ୱେନଡୋଲିନ ହୋର ରାଣୀଙ୍କ ତରଫରୁ ନିଜର ୧୦୦ତମ ଜନ୍ମଦିନ ଶୁଭେଚ୍ଛା କାର୍ଡ ପାଇବାର ଆଶା ଛାଡିଦେଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ,ତାଙ୍କୁ ୧୦୦ତମ ଜନ୍ମଦିନ ର ଦିନକ ପୂର୍ବରୁ ଗତ ଶୁକ୍ରବାର ଗ୍ୱେନଡୋଲିଙ୍କ ପାଖକୁ ରାଣୀଙ୍କ ତରଫରୁ ଡାକ ଯୋଗେ ଏକ ଶୁଭେଚ୍ଛା କାର୍ଡ ପହଞ୍ଚôଲା । ଏହା ତାଙ୍କ ପାଇଁ ସବୁଠୁ ବଡ ସରପ୍ରାଇଜ ଥିଲା। ରାଣୀଙ୍କ ତରଫରୁ ମିଳିଥିବା ସରପ୍ରାଇଜ ଟେଲିଗ୍ରାମ ଦେଖିବା ପରେ ସେ ଭାବ ବିହ୍ୱଳ ହୋଇପଡିଥିଲେ ।
ଆଶା ପୂରଣ ହେବାର ଖୁସି ଓ ରାଣୀଙ୍କୁ ହରାଇବାର ଦୁଃଖ ରେ ସେ କାନ୍ଦି ପକାଇଲେ । ଗତ ଦଶନ୍ଧି ଧରି ଗ୍ୱେନଡୋଲି ନିଜର ୧୦୦ ବର୍ଷର ଜନ୍ମଦିନକୁ ନେଇ ବହୁତ ଉସôାହିତ ଥିଲେ । ରାଣୀଙ୍କ ତରଫରୁ ଟେଲିଗ୍ରାମ ଆସିବା ବିଷୟରେ ସେ ଅନେକ ସମୟରେ ଚର୍ଚ୍ଚା କରୁଥିଲେ । କିନ୍ତୁ ରାଣୀଙ୍କ ପରଲୋକ ଖବର ଶୁଣିବା ପରେ ସେ ଭାଙ୍ଗି ପଡିଥିଲେ । ଜନ୍ମ ଦିନରେ ଟେଲିଗୋମ ପାଇବାର ଆଶା ତାଙ୍କର ମଉଲି ଯାାଇଥିଲା । କିନ୍ତୁ ଯେତେବେଳେ ତାଙ୍କ ପାଖକୁ ରାଣୀଙ୍କ ଟେଲିଗ୍ରାମ ଆସିଲା , ସେ ନିଜକୁ ସମ୍ଭାଳି ପାରିନଥିଲେ । ଏହି ମୁହୂର୍ତ୍ତ ତାଙ୍କ ପାଇଁ ସ୍ମରଣୀୟ ବୋଲି ଗ୍ୱେନଡୋଲିନ୍ଙ୍କ ଝିଆରୀ ଗଣମାଧ୍ୟମକୁ କହିଛନ୍ତି ।




admin 