ଯନ୍ତାରେ ପଡ଼ିଲା ପାତି ମାଙ୍କଡ଼

ଯନ୍ତାରେ ପଡ଼ିଲା ପାତି ମାଙ୍କଡ଼

ଯନ୍ତାରେ ପଡ଼ିଲା ପାତି ମାଙ୍କଡ଼
ନନ୍ଦନକାନନ: କିଛି ଦିନ ହେବ ନନ୍ଦନକାନନ ଥାନା ଅଞ୍ଚଳରେ ପାତି ମାଙ୍କଧ ଉପôାତ ଯୋଗୁଁ ଜନସାଧାରଣ ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ମାଙ୍କଡ଼ଟି ଘରେ ପଶି ଖାଦ୍ୟ ଖାଇବା ସହ ଫୋପଡା ଫିଙ୍ଗା କରୁଥିଲା । ଏ ନେଇ କେନ୍ଦୁପାଟଣା ଗ୍ରାମବାସୀ ଭୁବନେଶ୍ୱର ସିଟି ଫରେଷ୍ଟରଙ୍କୁ ସୂଚନା ଦେଇଥିଲେ । ବିଭାଗୀୟ କର୍ମଚାରୀମାନେ ମାଙ୍କଡ଼ ଧରିବାକୁ ଆସିଥିଲେ ହେଲେ ମାଙ୍କଡ଼ ଧରିବାରେ ସଫଳ ହୋଇ ନଥିଲେ । ଶେଷରେ ଏକ ଯନ୍ତା ଗ୍ରାମବାସୀଙ୍କୁ ଦେଇଥିଲେ । ସକାଳେ ଗ୍ରାମର ୬ ଜଣ ଯୁବକ ମା’ଷୋଳପୁଅ ଠାକୁରାଣୀଙ୍କ ମନ୍ଦିର ପଛପଟେ ଉକ୍ତ ଯନ୍ତାଟିକୁ ବସାଇ ମାଙ୍କଡ଼କୁ ଧରିଥିଲେ ।