ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ଚିକେନକାରୀ କୁର୍ତ୍ତା

ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ଚିକେନକାରୀ କୁର୍ତ୍ତା

ଚିକନକାରୀ କୁର୍ତ୍ତା: ଆସିଛି ଖରାଦିନ ଅଫିସ ହେଉ କି କୌଣସି କାର୍ଯ୍ୟରେ ବାହାରକୁ ଯିବା ପୂର୍ବରୁ ଚିନ୍ତା ପଡ଼ିଯାଏ ପୋଷାକ ଚୟନ କରିବାରେ । ଖରାଦିନରେ କୁଲ୍‌, କମ୍ଫର୍ଟେବଲ ଲୁକ୍‌ ଦେଇଥାଏ ଚିକନକାରୀ କୁର୍ତ୍ତା । ଯଦି ଆପଣ ଦିନବେଳା ଏହାକୁ କ୍ୟାରି କରିବାକୁ ଚାହୁଁଥାନ୍ତି, ତା’ହେଲେ ପ୍ଲାଜୋ ସହିତ ପିନ୍ଧିଲେ ଆକର୍ଷଣୀୟ ଲୁକ୍‌ ମିଳେ । ଖାସ୍‌ କରି ଲେସ୍‌ କାମ ହୋଇଥିବା ପ୍ଲାଜୋ ସହିତ ଏହା ବେଶ୍‌ ମାନିଥାଏ । ଆଉ ଯଦି ଟିକେ ଷ୍ଟାଇଲିଶ୍‌ ଟଚ୍‌ ଚାହୁଁଥାନ୍ତି, ତା’ହେଲେ ଚିକନକାରୀ କୁର୍ତ୍ତାକୁ ଜିନ୍ସ ସହିତ ମଧ୍ୟ ପେୟାର୍‌ କରିପାରିବେ । ସ୍ପର୍ଟି ଲୁକ୍‌ ପାଇଁ ଆପଣ ଏହା ସହିତ ସ୍ନିକର୍ସ ମଧ୍ୟ ମ୍ୟାଚିଂ କରି ପିନ୍ଧିପାରିବେ । ଏହାଛଡ଼ା ଯଦି ଆପଣ ସିମ୍ପଲ ପ୍ୟାଣ୍ଟ କିମ୍ବା ଟ୍ରାଉଜର୍ସ ସହିତ ଏହି କୁର୍ତ୍ତା ପିନ୍ଧିବାକୁ ଚାହୁଁଥାନ୍ତି; ତା’ହେଲେ ଧ୍ୟାନ ଦେବେ ପ୍ୟାଣ୍ଟ କିମ୍ବା ଟ୍ରାଉଜର୍ସର ଲମ୍ବା ଯେମିତି ଆଙ୍କଲ୍‌ ଲେଙ୍ଗଥ ହୋଇଥିବ । ଏହି ଲୁକକୁ ସିଲଭର କଲରର ଚାନ୍ଦବାଲି କିମ୍ବା ଝୁମକା ଇୟର ରିଂ ବେଶ ଭଲ ମାନିଥାଏ ।

ଚିକନକାରୀ ଶାଢି: ଏହା ଦେଖିବାକୁ ଯେମିତି ସୁନ୍ଦର ହୋଇଥାଏ ପିନ୍ଧିବାକୁ ବି ସେମିତି କମ୍ଫର୍ଟେବଲ ଲାଗିଥାଏ । ସେଥିପାଇଁ ସେଲିବ୍ରିଟିଙ୍କୁ ବି ଅନେକ ସମୟରେ ଏହି ଶାଢି ପିନ୍ଧିଥିବାର ଦେଖିବାକୁ ମିଳେ । ବିଶେଷକରି ସିଲ୍କ ଚିକନକାରୀ ଶାଢି, ଜର୍ଜଟ୍‌ ଚିକନକାରୀ ଶାଢି, କୋଟା ଚିକନକାରୀ ଶାଢି, ଚନ୍ଦେରୀ ଚିକନକାରୀ ଶାଢିର ବେଶ ଚାହିଦା ରହୁଥିବା ସୂଚନା ରହିଛି ।

ଚିକନକାରୀ ଲେହେଙ୍ଗା: ଖରାଦିନେ ହେଉଥିବା ବାହାଘରରେ ପିନ୍ଧିବା ପାଇଁ ଚିକନକାରୀ ଲେହେଙ୍ଗା ଏକ ବେଷ୍ଟ ଅପ୍ସନ ହୋଇଥାଏ । ବିଶେଷକରି ବେବି ପିଙ୍କ୍‌, ବ୍ରାଇଟ୍‌ ୟେଲୋ, ଲାଇଟ୍‌ ଅରେଞ୍ଜ, ପିଚ୍‌ କଲର୍‌, ଲାଇଟ୍‌ ବ୍ଲୁ କିମ୍ବା ପର୍ପଲ କଲରର ଚିକନକାରୀ ଲେହେଙ୍ଗା ଖରାଦିନେ ପିନ୍ଧିବାକୁ ଭଲ ଲାଗିଥାଏ । ଲାଇଟ୍‌ ଫାବ୍ରିକରେ ତିଆରି ହୋଇଥିବା ଏହି ଲେହେଙ୍ଗା ସହିତ ଡାଇମଣ୍ଡ, ରୁବି, ପୋଲକି କିମ୍ବା କୁନ୍ଦନ କାମ ହୋଇଥିବା ଜୁଏଲେରୀ ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଦେଖାଯାଇଥାଏ ।

ଚିକନକାରୀ ଗାଉନ୍‌: ଖରାଦିନେ ଅଫିସ୍‌ ପାର୍ଟି ହେଉ ଅବା ଘରୋଇ ପୂଜାପର୍ବରେ ପିନ୍ଧିବା ପାଇଁ ଏହା ବେଷ୍ଟ ଅପ୍ସନ ହୋଇଥାଏ । ଏହା ସହିତ ଅକ୍ସିଡାଇଜଡ ଜୁଏଲେରୀ ପିନ୍ଧିଲେ ଲୁକ୍‌ ବେଶ୍‌ ସୁନ୍ଦର ଦେଖାଯାଏ ।