ଯୁବକଙ୍କ ମୃତୁ କୁ ନେଇ ରାଜରାସ୍ତାକୁ ଅବରୋଧ କଲେ ଗ୍ରାମବାସୀ
ଯୁବକଙ୍କ ମୃତୁ କୁ ନେଇ ରାଜରାସ୍ତାକୁ ଅବରୋଧ କଲେ ଗ୍ରାମବାସୀ
admin
Jan 9, 2020 - 06:11
Updated: Jan 9, 2020 - 06:11
ବାରିପଦା (ଦିଲ୍ଲୀପ ମହାନ୍ତି) - ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ମିଣ୍ଟୁ ତରେଇ ନାମକ ଜଣେ ୩୨ ବର୍ଷୀୟ ଯୁବକକୁ ଜାନୁଆରୀ ୮ ବୁଧବାର ରାତିରେ କୌଣସି ଦୁର୍ବୁତ୍ତ ହତ୍ୟା କରଇଥିବା ଘଟଣାର ପ୍ରତିବାଦରେ ଆଜି ରାଜରାସ୍ତାକୁ ଉହ୍ଲାଇ ଆସିଛନ୍ତି ସ୍ଥାନୀୟ ଗ୍ରାମବାସୀମାନେ । ଉତ୍ୟକ୍ତ ଗ୍ରାମବାସୀ ବାରିପଦା - ଅମର୍ଦ୍ଦା ମୁଖ୍ୟ ରାସ୍ତାର ମୁସାମାରୀ ଛକ ଠାରେ ମୃତ ମିଣ୍ଟୁ ତରାଇର ଶବ ରଖି ରାସ୍ତା ଅବରୋଧ କରିଥିବାର ଜଣାପଡିଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି ରାମଚନ୍ଦ୍ରପୁର ଗ୍ରାମରେ ଏକ ବାଲି ଖାଦାନ ବେଆଇନ ଭାବେ ଚାଲୁଥିବାକୁ ନେଇ ଏହି ଗ୍ରାମବାସୀ ଦୀର୍ଘଦିନ ହେବ ବିରୋଧ କରୁଥିଲେ।ଗତକାଲି ଯୁବକଙ୍କ ମୃତୁ ଘଟଣା ଜଣା ପଡିବା ପରେ ବାଲି ମାଫିଆମାନେ ଜେସିବି ମେସିନ ଚପାଇ ହତ୍ୟା କରାଯାଇଥିବାର ସନ୍ଦେହ ଓ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ମୃତ ଯୁବକ ଜଣକ ପୂର୍ବରୁ ସିଆରପିଏଫ ରେ କାର୍ଯ୍ୟ କରୁଥିବାର ସୂଚନା ମିଳୁଛି।ଘଟଣା ସ୍ଥଳରେ ରାସଗୋବିନ୍ଦପୁର ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି। ଖବର ପାଇ ଘଟଣା ସ୍ଥଳରେ ରାସଗୋବିନ୍ଦପୁର ଅତିରିକ୍ତ ତହସିଲଦାର ପହଂଚିବା ପରେ ଉତ୍ୟକ୍ତ ଜନତାଙ୍କ ଆକ୍ରୋଶର ଶିକାର ହୋଇଥିଲେ । ତେବେ ବର୍ତମାନ ପର୍ଯ୍ୟନ୍ତ ସମାଧାନର କୌଣସି ରାସ୍ତା ବାହାରି ପାରିନଥିବାର ଜଣାପଡିଛି ।