ରବିବାର ବି ପାଠପଢା

ରବିବାର ବି ପାଠପଢା

ରବିବାର ବି ପାଠପଢା
ଭୁବନେଶ୍ୱର: ଜାନୁଆରୀ ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟ ଖୋଲିବ । ଉଭୟ ଦଶମ ଏବଂ ଦ୍ୱାଦଶ ପାଇଁ ଶହେ ଦିନ ହେବ ପାଠପଢା । ଉଭୟ ଶନିବାର ଏବଂ ରବିବାର ଦିନ ପାଠପଢା ପାଇଁ ନିଷ୍ପତି ନିଆଯାଇଛି । ପାଠପଢା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ମାର୍ଗଦର୍ଶିକା ଅନୁସାରେ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବ । ଏହା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିଦେ୍ର୍ଧଶବଳୀ ଗୁଡିକର ଅନୁପାଳନ ବାଧ୍ୟତାମୂଳକ ରହିବ । ସୂଚନାଯୋଗ୍ୟ ଯେ, କୋଭିଡ ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସରୁ ରାଜ୍ୟର ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିଭିନ୍ନ ମାଧ୍ୟମରେ ଅନଲାଇନ ଶିକ୍ଷାଦାନର ବ୍ୟବସ୍ଥା କରିଥିଲେ ।