ରାଜସ୍ଥାନ ପଞ୍ଚାୟତ ନିର୍ବାଚନ, କଂଗ୍ରେସ ୨୭୮, ବିଜେପି ୧୬୫ ଆସନ
ରାଜସ୍ଥାନ ପଞ୍ଚାୟତ ନିର୍ବାଚନ, କଂଗ୍ରେସ ୨୭୮, ବିଜେପି ୧୬୫ ଆସନ
ଜୟପୁର: ରାଜସ୍ଥାନର ଚାରିଟି ଜିଲ୍ଲାରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ବାଜି ମାରିଛି । ରାଜସ୍ଥାନର ବାରନ, କୋଟା, ଗଙ୍ଗାନଗର ଏବଂ କରାଉଲିରେ ୩୬୮ ଟି ଆସନ ପାଇଁ ୩୦ଟି ପଞ୍ଚାୟତ ସମିତିରେ ନିର୍ବାଚନ ହୋଇଥିଲା । ରାଜ୍ୟ ନିର୍ବାଚନ କମିଶନ ଠାରୁ ମିଳିଥିବା ତଥ୍ୟ ଅନୁସାରେ କଂଗ୍ରେସ ୨୭୮ ଟି ଆସନ ଜିତିଛି । ବିଜେପି ୧୬୫ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଏସପି ୧୪ଟି, ସିପିଆଇ ୧୩ଟି ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ୯୭ଟି ଆସନ ଜିତିଛନ୍ତି । ଅନ୍ୟପକ୍ଷେ ୧୦୬ଟି ଆସନର ଜିଲ୍ଲା ପରିଷଦ ନିର୍ବାଚନରେ କଂଗ୍ରେସ ୫୭ଟି ଆସନ ଜିତିଥିବା ବେଳେ ବିଜେପିକୁ ୩୫ଟି ଆସନ ମିଳିଛି । ସିପିଆଇ ୨ଟି, ବିଏସପି ଗୋଟିଏ ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ୫ଟି ଆସନ ଜିତିଛନ୍ତି ।




admin 