ରାଷ୍ଟ୍ରପତିଙ୍କ ସେବାରେ ୯କୋଟିର ମର୍ସିଡିଜ ବେଞ୍ଜ୍
ରାଷ୍ଟ୍ରପତିଙ୍କ ସେବାରେ ୯କୋଟିର ମର୍ସିଡିଜ ବେଞ୍ଜ୍
ନୂଆଦିଲ୍ଲୀ : ରାଷ୍ଟ୍ରପତି ମୁର୍ମୁଙ୍କ ସେବାରେ ନିୟୋଜିତ ହୋଇଛି ମର୍ସିଡିଜ ବେଞ୍ଜ ଏସ୬୦୦ପୁଲମାନ ଗାର୍ଡ ଲମୋସିନ । ଏହି ସୌଖୀନ କାରର ଦାମ ହେଉଛି ୯ କୋଟି ଟଙ୍କାରୁ ଅଧିକ । ଆଜି ରାଷ୍ଟ୍ରପତି ଭବନରୁ ସଂସଦର କେନ୍ଦୀ୍ରୟ ହଲକୁ ଯିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର ବ୍ୟବହାର କରିଥିଲେ । ଏହି କାର ଭାରତର ସବୁଠୁ ନିରାପଦ ଗାଡି ବୋଲି କୁହାଯାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇଁ ମଧ୍ୟ ଏହି ପରି ଗାଡି ବ୍ୟବହାର କରାଯାଏ ।
୨୦୧୫ରେ ଏହି ପରି କାର ବଜାରରେ ପ୍ରବେଶ କରିଥିଲା । ଏହି କାର ବିସ୍ପୋରଣ ନିରୋଧୀ ଗାଡି ଯାହା କି ଭିଆର୯ ସ୍ତରର ସୁରକ୍ଷ ଯୋଗାଇଥାଏ । ୧୫ କିଲୋଗ୍ରାମ ଓଜନର ନିସ୍ପୋରଣ ଓ ଏକେ-୪୭ରୁ ଗୁଳି ଚାଳନା ହେଲେ ଏହି କାର ତାହାକୁ ରୋକିପାରିବ । ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏହି କାର ବ୍ୟବହାର କରିଥିଲେ ।




admin 