ରାସନ କାର୍ଡରେ ପ୍ଲାଷ୍ଟିକ ଚାଉଳ

ରାସନ କାର୍ଡରେ ପ୍ଲାଷ୍ଟିକ ଚାଉଳ

ରାସନ କାର୍ଡରେ ପ୍ଲାଷ୍ଟିକ ଚାଉଳ
ଗଞ୍ଜାମ - ବଜାରରେ ପ୍ଲାଷ୍ଟିକ ଚାଉଳ ମିଳୁଥିବା ଘଟଣକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଛି। ହେଲେ ଏବେ ସରକାରୀ ଯୋଜନାରେ ମିଳୁଛି ପ୍ଲାଷ୍ଟିକ ଚାଉଳ। ବିଶ୍ବାସ ହେଉନଥିବା ଏପରି ଏକ ଘଟଣା ସାମ୍ନାକୁ ଆସିଛି ଦିଗପହଣ୍ଡି ଅଞ୍ଚଳରେ। ଏହି ଅଞ୍ଚଳରରାସନ କାର୍ଡ ହିତାଧିକାରୀଙ୍କୁ ମିଳୁଥିବା ଚାଉଳ ରୁ ବାହାରିଲା ପ୍ଲାଷ୍ଟିକ ଚାଉଳ । ହିତାଧିକାରୀଙ୍କୁ ଏକ କାଳିନ ମିଳିଥିବା ୩ମାସ ର ଚାଉଳରୁ ବାହାରିଲା ପ୍ଲାଷ୍ଟିକ ଦାନା ର ଚାଉଳ । ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଖଲିଙ୍ଗି ଗାଁ ର ହିତାଧିକାରୀଙ୍କ ଚାଉଳରୁ ଏପରି ପ୍ଲାଷ୍ଟିକ ଚାଉଳ ବାହାରିଥିବା ଦେଖିବାକୁ ମିଳିଛି ।