ଲକଡାଉନ ବେଳେ ଟିକାକରଣ ଓ ଟେଷ୍ଟିଂ ଚାଲୁ ରହିବ

ଲକଡାଉନ ବେଳେ ଟିକାକରଣ ଓ ଟେଷ୍ଟିଂ ଚାଲୁ ରହିବ

ଲକଡାଉନ ବେଳେ ଟିକାକରଣ ଓ ଟେଷ୍ଟିଂ ଚାଲୁ ରହିବ
ଭୁବନେଶ୍ୱର: କରୋନା ସଂକ୍ରମଣ ଏବେ ସାଂଘାତିକ ସ୍ଥିତିରେ । କରୋନା ଏବେ ବେକାବୁ ତଥା ବେଲଗାମ ହୋଇଯାଇଛି । ଯାହାକୁ ନେଇ ସମସ୍ତେ ଉଦବିଗ୍ନ । ଭୟଭୀତ । କରୋନା ସଂକ୍ରମଣର ନିଆଁ ଏବେ ହୁତ ହୁତ ହୋଇ ଜଳୁଛି । କରୋନା ଶୃଙ୍ଖଳ ଭାଙ୍ଗିବାକୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ପରିସ୍ଥିତି ସୃଷ୍ଟି କରିଛି । ନାଇଟ କର୍ଫୁ୍ୟ ଓ ସପ୍ତାହାନ୍ତ ସଟଡାଉନ ସତ୍ତ୍ୱେ ସଂକ୍ରମଣ ଥମିବାର ନା ନେଉନି । ଏଭଳି ସ୍ଥିତିରେ କରୋନା ଚେନ ଭାଙ୍ଗିବାକୁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ତାହା ହେଲା ଆସନ୍ତା ମେ’ ୫ରୁ ସାରାରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି । ମେ’ ୫ରୁ ୧୯ ତାରିଖ ପଯୟ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ତେବେ ଏହି ସମୟରେ ଟିକାକରଣ ଓ ଟେଷ୍ଟିଂକୁ ଅନୁମତି ଦିଆଯାଇଛି । ଲକଡାଉନବେଳେ ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା କେନ୍ଦ୍ରକୁ ଯାଇପାରିବେ । ଟେଷ୍ଟିଂ ପାଇଁ ବି ନିକଟସ୍ଥ ଟେଷ୍ଟିଂ କେନ୍ଦ୍ରକୁ ଲୋକେ ଯାଇପାରିବେ । ଅନ୍ୟପକ୍ଷରେ ଲକଡାଉନ ବେଳେ ଜରୁରୀ ସେବା ଚାଲୁ ରଖିବାକୁ ଅନୁମତି ଦିଆଯାଇଛି । କେବଳ ଚାଲି ଚାଲି ପରିବା ପାଇଁ ଯାଇ ହେବ । ଘର ଠାରୁ ୫ଶହ ମିଟର ଦୂର ଯାଏଁ ଚାଲି ଚାଲି ପରିବା ଆଣି ହେବ । ସକାଳ ୬ରୁ ଦିନ ୧୨ ଯାଏ ଚାଲି ଚାଲି ପରିବା ଆଣି ହେବ । - ସ୍ୱାସ୍ଥ୍ୟ ସେବା ଓ ଅନ୍ୟ ଜରୁରୀ ସେବା ପାଇଁ କଟକଣା ନାହିଁ - ହସ୍ପିଟାଲ, ନର୍ସିଂହୋମ ଓ ଔଷଧ ଦୋକାନ ଖୋଲା ରହିବ - ରାସନ ଦୋକାନ ଗ୍ରୋସରୀ, ଫଳ ଦୋକାନ ଖୋଲା ରହିବ - ମାଛ, ମାଂସ, ଅଣ୍ଡା ଓ କ୍ଷୀର ଦୋକାନ ଖୋଲା ରହିବ - ସୋମବାରରୁ ଶୁକ୍ରବାର ସକାଳ ୬ରୁ ୧୨ ଏସବୁ ଖୋଲା ରହିବ - ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ - ଫ୍ଲିପକାର୍ଡ, ଆମାଜନ, ଜୋମାଟୋ ଆଦିର ଡେଲିଭରି ବୟଙ୍କୁ ଅନୁମତି