ଲକ୍ଷ୍ମି ମିତ୍ତଲଙ୍କ ଭାଇ ଦେବାଳିଆ

ଲକ୍ଷ୍ମି ମିତ୍ତଲଙ୍କ ଭାଇ ଦେବାଳିଆ

ଲକ୍ଷ୍ମି ମିତ୍ତଲଙ୍କ ଭାଇ ଦେବାଳିଆ
ଲଣ୍ଡନ: ବି୍ରଟେନର ୧୯ତମ ଧନୀ ବ୍ୟକ୍ତି ତଥା ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ମିତ୍ତଲଙ୍କ ଭାଇ ପ୍ରମୋଦ ମିତ୍ତଲ ଦେବାଳିଆ ହୋଇପଡ଼ିଛନ୍ତି । ତାଙ୍କର କୌଣସି ଆୟ ନଥିବା ସେ ଦାବି କରିଛନ୍ତି । ସମ୍ପତ୍ତି ଭାବେ ତାଙ୍କ ପାଖରେ ଅଛି କିଛି ଗହଣା ଏବଂ ସେୟାର ଓ ଭାରତରେ କିଛି ସମ୍ପତ୍ତି ରହିଛି । ନିଜ ୯୪ ବର୍ଷୀୟ ବାପା, ପତ୍ନୀ ସଙ୍ଗିତା ଓ ୩୦ ବର୍ଷର ପୁଅ ଦିବ୍ୟେଶଙ୍କଠାରୁ କରଜ ସୂତ୍ରରେ ବିପୁଳ ଅର୍ଥରାଶି ଆଣିଥିଲେ ମଧ୍ୟ ତାହା ସେ ପରିଶୋଧ କରିନାହାନ୍ତି । ବେପରୁଆ ଖର୍ଚ୍ଚ ପାଇଁ ଜଣାଶୁଣା ପ୍ରମୋଦ ୨୦୧୩ ରେ ନିଜ ଝିଅ ସି୍ରଷ୍ଟିର ବାହାଘରରେ ୪୭୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ତାଙ୍କ ବଡ଼ ଭାଇ ଲକ୍ଷ୍ମୀ ମିତ୍ତଲ ୨୦୦୪ ରେ ନିଜ ଝିଅ ବନିଶାର ବାହାଘର ଯେତିକି ଖର୍ଚ୍ଚ କରିଥିଲେ ପ୍ରମୋଦ ତା’ଠାରୁ ଅଧିକ ୧୧୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ୧୪ ବର୍ଷ ପୂର୍ବରୁ ପ୍ରମୋଦଙ୍କ ପତନ ଆରମ୍ଭ ହୋଇଥିଲା । ଋଣ ଶୁଝି ନ ପାରି ସେ ଦେବାଳିଆ ହୋଇପଡ଼ିଛନ୍ତି ।