ଲେହରେ ଉଡ଼ିଲା ବିଶ୍ୱର ସବୁଠୁ ବଡ଼ ଖଦି ଜାତୀୟ ପତାକା
ଲେହରେ ଉଡ଼ିଲା ବିଶ୍ୱର ସବୁଠୁ ବଡ଼ ଖଦି ଜାତୀୟ ପତାକା
ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ବଡ଼ ଖଦି ଜାତୀୟ ପତାକା ଲେହରେ ଉଡ଼ାଯାଇଛି । ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜୟନ୍ତୀ ଅବସରରେ ଲେହରେ ଏହି ପତାକା ଉଡ଼ିଛି। ପତାକାର ଲମ୍ବ ୨୨୫ ଫୁଟ ଏବଂ ଚଉଡ଼ା ୧୫୦ ଫୁଟ । ଏହାର ଓଜନ ପ୍ରାୟ ୧ ହଜାର କିଲୋଗ୍ରାମ। ଭାରତୀୟ ସେନାର ୫୭ ଇଂଜିନିୟର ରେଜିମେଣ୍ଟ ଦ୍ୱାରା ପତାକାଟି ପ୍ରସ୍ତୁତ ହୋଇଛି । ଏହି ପତାକା ଉଡ଼ାଯିବା ସମୟରେ ଲଦାଖ ଗସ୍ତରେ ଥିବା ସେନା ମୁଖ୍ୟ ଏମଏମ ନରବଣେ ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିୟା ଏହି ଭିଡିଓ ଟ୍ୱିଟ କରି କହିଛନ୍ତି, ଗାନ୍ଧୀ ଜୟନ୍ତୀରେ ଲେହ, ଲଦାଖରେ ବିଶ୍ୱର ସବୁଠୁ ବଡ଼ ଖଦି ତ୍ରିରଙ୍ଗା ଉଡ଼ିଛି । ଏହା ଆମ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି । ଜାତୀୟ ପତାକାକୁ ସମ୍ମାନ ଜଣାଇ ଭାରତୀୟ ବାୟୁସେନାର ହେଲିକପ୍ଟର ଗୁଡ଼ିକ ଆଜିର ଏହି ପତାକା ଉଡ଼ାଯିବା କାର୍ୟ୍ୟକ୍ରମ ସମୟରେ ଉଡ଼ାଣ କରିଥିଲେ ।




admin 