ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତୁ୍ୟ , ମିଳିଲା ମାଉଜର

ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତୁ୍ୟ , ମିଳିଲା ମାଉଜର

ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତୁ୍ୟ , ମିଳିଲା ମାଉଜର
ଜଗତସିଂହପୁର: ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତୁ୍ୟ ହେବା ଓ ଦୁର୍ଘଟଣାସ୍ଥଳରେ ଏକ ମାଉଜର ଠାବ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଏରସମା ଥାନା ଗତେଶ୍ୱରପୁର ନିକଟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବାବେଳେ ବାଇକରେ ଥିବା ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି । ଏହାଛଡ଼ା ବାଇକରେ ଥିବା ଅନ୍ୟ ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି । ମୃତ ଯୁବକ ଜଣକ ହେଲେ ବିନୋଦ ପଣ୍ଡା । ତାଙ୍କ ନାମରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ତେବେ ଆଜି ସକାଳେ ପୁଲିସ ଘଟଣାସ୍ଥଳକୁ ଯାଇଥିବାବେଳେ ସେଠାରେ ଏକ ମାଉଜର ଠାବ କରିଥିଲା । ପୁଲିସ ଏହାର ଖୋଳତାଡ଼ କରୁଛି ।