ସପ୍ତାହରେ ସେସୁର ୩୪ କୋଟି ଆଦାୟ, ୧୦ ହଜାର ଲୋକଙ୍କ କଟିଲା ବିଦ୍ୟୁତ ସଂଯୋଗ

ସପ୍ତାହରେ ସେସୁର ୩୪ କୋଟି ଆଦାୟ, ୧୦ ହଜାର ଲୋକଙ୍କ କଟିଲା ବିଦ୍ୟୁତ ସଂଯୋଗ

ସପ୍ତାହରେ ସେସୁର ୩୪ କୋଟି ଆଦାୟ, ୧୦ ହଜାର ଲୋକଙ୍କ କଟିଲା ବିଦ୍ୟୁତ ସଂଯୋଗ
ଭୁବନେଶ୍ୱର - ଲଗାତର ୭ ଦିନ ହେବ ସେସୁ ତରଫରୁ ବକେୟା ବିଲ୍ ରଖିଥିବା ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ କଟାଯାଉଛି । ୭ ଦିନରେ ଚଢ଼ାଉରେ ସେସୁ କର୍ମଚାରୀ ୩୧.୫୧ କୋଟି ଆଦାୟ କରିଥିବା ବେଳେ ଭୟଭୀତ ହୋଇ ଅନଲାଇନରେ ଉପଭୋକ୍ତାମାନେ ୨ ଲକ୍ଷ ୩୨ ହଜାର ଟଙ୍କା ଜମା କରିଛନ୍ତି । ଫଳରେ ଗୋଟିଏ ସପ୍ତାହରେ ଆକାଉଣ୍ଟକୁ ୩୩ କୋଟି ୮୩ ଲକ୍ଷ ଟଙ୍କା ଆସିଛି ବୋଲି ସେସୁ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଅପରପକ୍ଷେ ବକେୟା ବିଲ୍ ଯୋଗୁଁ ଏ ପର୍ଯ୍ୟନ୍ତ ପାଖାପାଖି ୧୦ ହଜାର ୪୦୬ ଜଣଙ୍କ ବିଦୁ୍ୟତ କାଟ କରାଯାଇଥିବା ସେସୁ ଅଧିକାରୀ କହିଛନ୍ତି । ବୁଧବାର ୧୩୧୨ ଜଣଙ୍କର ବିଦୁ୍ୟତ କାଟ ହୋଇଥିବା ବେଳେ ୪ କୋଟି ୬ ଲକ୍ଷ ଟଙ୍କା ହୋଇଛି ।