ସପ୍ତାହେ ପର୍ଯ୍ୟନ୍ତ ତାତିରୁ ମୁକ୍ତି ନାହିଁ

ସପ୍ତାହେ ପର୍ଯ୍ୟନ୍ତ ତାତିରୁ ମୁକ୍ତି ନାହିଁ

ସପ୍ତାହେ ପର୍ଯ୍ୟନ୍ତ ତାତିରୁ ମୁକ୍ତି ନାହିଁ
ଭୁବନେଶ୍ୱର: ସକାଳୁ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ପାଗ ମେଘୁଆ ବା ଆଂଶିକ ମେଘୁଆ ରହିଥିଲା । ଗତକାଲି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଥିବା ବେଳେ ଅବଶିଷ୍ଟ ଓଡ଼ିଶାରେ ପାଗ ଶୁଖିଲା ରହିଥିଲା । ଏଥିସହ ଖୋର୍ଦ୍ଧା ଜିଲ୍ଲାରେ ଘନ କୁହୁଡ଼ି ଓ ଭଦ୍ରକ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା । ଆଗକୁ ମଧ୍ୟ ରାଜ୍ୟରେ ପାଗ ଶୁଖିଲା ରହିବ । ଫଳରେ ତାପମାତ୍ରା ବଢ଼ିବ ଓ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ତାତିରୁ ମୁକ୍ତି ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ କୌଣସି ପ୍ରକାର କାଳବୈଶାଖୀ ବର୍ଷାର ସମ୍ଭାବନା ନାହିଁ । ଏଣୁ ତାପମାତ୍ରା ଅଧିକ ରହିବ ଓ ଏବେ ଭଳି ତାତି ଜାରି ରହିବ । ଏଥିସହ କିଛି କିଛି ସ୍ଥାନରେ ତାପମାତ୍ରା ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ରାଜ୍ୟର କିଛି କିଛି ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ବି ଅତିକ୍ରମ କରିପାରେ ବୋଲି କେନ୍ଦ୍ର କହିଛି । ଓଡ଼ିଶାର ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ଗତ ୨୪ ଘଣ୍ଟାରେ ତାପମାତ୍ରାରେ ବୃଦ୍ଧି ଦେଖାଯାଇଥିବା ବେଳେ ରାଜ୍ୟର ଅବଶିଷ୍ଟ ଜିଲ୍ଲାର ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇଯାଇନାହିଁ ।