ଶ୍ରୀମନ୍ଦିରରେ ପୁଣି ଫେରିବ ରବିବାରିଆ ଦର୍ଶନ କଟକଣା

ଶ୍ରୀମନ୍ଦିରରେ ପୁଣି ଫେରିବ ରବିବାରିଆ ଦର୍ଶନ କଟକଣା

ଶ୍ରୀମନ୍ଦିରରେ ପୁଣି ଫେରିବ ରବିବାରିଆ ଦର୍ଶନ କଟକଣା
ପୁରୀ: ଶ୍ରୀମନ୍ଦିରରେ ପୁଣି ଫେରିବ ରବିବାରିଆ ଦର୍ଶନ କଟକଣା । ଆଗାମୀ ସପ୍ତାହରୁ ଲାଗିପାରେ ଏହି କଟକଣା । ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ଦିନ ସ୍ପଷ୍ଟ କରିନଥିଲେ ବି କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସପ୍ତାହକୁ ଦିନେ ଶ୍ରୀମନ୍ଦିର ବିଶୋଧନ ପାଇଁ ନିଷ୍ପତ୍ତି ନିଆଯାଇଥିବା ସ୍ପଷ୍ଟ କରିଛି । ଏହି ଦିନ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ଅନ୍ୟ ପଟେ ଅଗ୍ନି ଉତ୍ସବ ଓ ଦୋଳପୂର୍ଣ୍ଣିମା ନୀତିକାନ୍ତିରେ ମୋହର ବାଜିଛି । ଦ୍ୱାରଫିଟାରେ ବିଳମ୍ବ ଯୋଗୁଁ ନୀତି ବିଳମ୍ବ ହେଉଥିବାରୁ ଏଥର ସଅଳ ଦ୍ୱାରଫିଟା ପାଇଁ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କି୍ରଷ୍ଣନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଛତିଶାନିଯୋଗ ନାୟକ ଜନାର୍ଦ୍ଧନ ପାଟଯୋଶୀ ମହାପାତ୍ରଙ୍କ ସମେତ ବିଭିନ୍ନ ନିଯୋଗର ସଭାପତି, ସମ୍ପାଦକ ଉପସ୍ଥିତ ଥିଲେ ।