ରାୟଗଡ଼ା ଏସପିଙ୍କ ପାଖରେ ୨ ଜଣ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ରାୟଗଡ଼ା ଏସପିଙ୍କ ପାଖରେ ୨ ଜଣ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ରାୟଗଡ଼ା ଏସପିଙ୍କ ପାଖରେ ୨ ଜଣ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
ରାୟଗଡ଼ା: ରାୟଗଡ଼ା ଏସପିଙ୍କ ପାଖରେ ୨ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ କେକେବିଏନର ମଙ୍କୁ ଓଲାମ ଓ ବିଜେଏନର ଲଛୁ ମାକଡ଼ାମ । ମଙ୍କୁକୁ ଧରାଇ ଦେବାକୁ ୪ ଲକ୍ଷ ଓ ଲଛୁ ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ଉଭୟ ରାୟଗଡ଼ା, କଳାହାଣ୍ଡି,କୋରାପୁଟ ଓ କନ୍ଧମାଳରେ ବିଭିନ୍ନ ହିଂସାକାଣ୍ଡରେ ଜଡ଼ିତ ଥିବା ଜଣାଯାଇଛି । ତେବେ ଆତ୍ମସମର୍ପଣ ବେଳେ ଉଭୟ ମାଓ କ୍ୟାମ୍ପରେ ନାରୀ ନିର୍ଯାତନା ଓ ଖାଦ୍ୟାଭାବର ଅଭିଯୋଗ ଆଣିଥିବା ଜଣାଯାଇଛି ।