ସରକାର ଦେବେ ଟିକେଟ ପଇସା

ସରକାର ଦେବେ ଟିକେଟ ପଇସା

ସରକାର ଦେବେ ଟିକେଟ ପଇସା
ଦେଶବ୍ୟାପୀ ଲକଡାଉନ ଫଳରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ରେଳବାଇ ଚଳାଇଥିବା ସ୍ୱତନ୍ତ୍ର ଟ୍ରେନରେ ଟିକେଟ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ବସରେ ଫେରୁଥିବା ଶ୍ରମିକ କିମ୍ବା ଛାତ୍ରଛାତ୍ରୀ ନିଜ ଖର୍ଚ୍ଚରେ ବସ ଭଡା କରି ଫେରୁଛନ୍ତି । ଏପରିକି ଜଣପିଛା ୪ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡୁଛି । କିନ୍ତୁ ଟ୍ରେନ ଯୋଗେ ଆସୁଥିବା ଶ୍ରମିକଙ୍କ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରିଥିବା ଜଣାପଡିଛି । ପ୍ରତ୍ୟେକ ଶ୍ରମିକ ପିଛା ସ୍ଲିପର କ୍ଲାସ ଟିକେଟ ଭଡା ସହିତ ମିଲ ପାଇଁ ୩୦ ଟଙ୍କା ଓ ପାଣି ପାଇଁ ୨୦ ଟଙ୍କା ଲେଖାଇ ଚାର୍ଜ କରିବ ରେଳବାଇ ।