କୋରାପୁଟ ରେ ପୁଣି 48 ଘଣ୍ଟା ବଢିଲା ସୀମା ଆବଦ୍ଧ ଅବଧି
କୋରାପୁଟ ରେ ପୁଣି 48 ଘଣ୍ଟା ବଢିଲା ସୀମା ଆବଦ୍ଧ ଅବଧି
admin
May 2, 2020 - 05:44
Updated: May 2, 2020 - 05:44
କୋରାପୁଟ ପୋତାଗଡ ଓ ଏହାର ତିନି କିମି ପର୍ଯ୍ୟନ୍ତ ସୀମା ଆବଦ୍ଧ ଅବଧିକୁ 48 ଘଣ୍ଟା ବୃଦ୍ଧି କରାଯାଇଛି। ଆଉ 48 ଘଣ୍ଟା ସୀମା ଆବଦ୍ଧ ଅବଧିକୁ ବଢାଇଛନ୍ତି ଜିଲ୍ଲାପାଳ । ଆଜି ଦିନ 12ଟାରୁ 4 ତାରିଖ ଦିନ 12ଟା ପର୍ଯ୍ୟନ୍ତ ଅବଧିକୁ ବୃଦ୍ଧି କରାଯାଇଛି । 4 ତାରିଖ ଦିନ 12ଟା ବା ଅନ୍ୟାଦେଶ ଯାଏଁ କଟକଣା ବଳବତ୍ତର ରହିବାର ନିଷ୍ପତ୍ତି ନିଆଯାଇଛି ।
ସୂଚନା ମୁତାବକ ଗତ 27 ତାରିଖରେ କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ଼ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା । ପୋଡ଼ାଗଡ଼ ପଞ୍ଚାୟତର ତିନିକିମି ପର୍ଯ୍ୟନ୍ତ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଏବଂ 67 କିମି ପରିସୀମାର ଅଞ୍ଚଳକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଥିଲା । କୋରାପୁଟ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ 22 ବର୍ଷର ପୁରୁଷ ସ୍ବାସ୍ଥ୍ୟ କର୍ମୀ। ସେ କୋଲକାତାରୁ ଫେରିଥିଲେ । ଏହି ଆକ୍ରାନ୍ତ ଜଣକ 24 ଜଣଙ୍କ ସଂସ୍ପର୍ଶରେ ଆସିଥିଲେ ।