ସରପଞ୍ଚଙ୍କ ସମେତ ଅନ୍ୟ ପିଆରଆଇ ମେମ୍ବର ମଧ୍ୟ ଆହତ ହୋଇଛନ୍ତି
ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ପରିସରରେ ଦେଖିବାକୁ ମିଳିଛି ଅଭାନୀୟ ଘଟଣା । ଶୁକ୍ରବାର ବ୍ଲକ ପ୍ରଶାସନ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ପ୍ରକଳ୍ପ ଅନୁମୋଦନ ପାଇଁ ବୈଠକ ଚାଲିଥିବା ବେଳେ ଗଣ୍ଡଗୋଳ, ଠେଲାପେଲାରେ ଫାଟିଲା ସରପଞ୍ଚଙ୍କ ମୁଣ୍ତ, ଅନ୍ଯ କିଛି ପିଆରଆଇ ମେମ୍ବର ଆହତ ହୋଇଥିବା ସୂଚନା ରହିଛି । ଗୁରୁତର ହୋଇଥିବା ସରପଞ୍ଚ କୁ ଆମ୍ବୂଲାନ୍ସ ଯୋଗେ ବାଲେଶ୍ବର ହସପିଟାଲ ସ୍ଥାନାନ୍ତର କରା ଯାଇଛି,ବୈଠକ ରେ ସାଂସଦ ପ୍ରତାପ ଷଡଙ୍ଗୀ ଙ୍କ ବିନା ଲିଖିତ ଅନୁମୋଦନ ରେ ପ୍ରତିନିଧୀ ହିସାବରେ ଜନୈକ ବିଜେପି ନେତାଙ୍କ ଉପସ୍ଥିତିକୁ ନେଇ ପିଆରଆଇ ମେମ୍ବରଙ୍କ ମଧ୍ଯରେ ହୋଇଥିଲା ଗଣ୍ଡଗୋଳ, ଉଭୟ ଗୋଷ୍ଠୀଙ୍କ ମଧ୍ଯରେ ଠେଲାପେଲା ଏବଂ ଚେୟାର ଫିଙ୍ଗା ଫୋପାଡା ଯୋଗୁଂ ଡଗରା ପଞ୍ଚାୟତର ସରପଞ୍ଚ ସତ୍ଯାନନ୍ଦ ମହାନ୍ତିଙ୍କ ମୁଣ୍ତରେ ଗଭୀର କ୍ଷତ ସୃଷ୍ଟି ହେବା ସହ ପ୍ରବଳ ରକ୍ତସ୍ରାବ ହେବାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇ ଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମୂତୟନ ରହିଥିଲେ । ଏନେଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ବାଲିଆପାଳ ବ୍ଲକ ଅଧିକାରୀ କହିଛନ୍ତି ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇବା ସହ ସିସିଟିଭି ଫୁଟେଜ ଆଧାରରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ।




