ବିଶ୍ବର ସବୁଠାରୁ ବଡ଼ ଦହି ବରା  ତିଆରି କଲା ଏକ୍ସପ୍ରେସ

ବିଶ୍ବର ସବୁଠାରୁ ବଡ଼ ଦହି ବରା  ତିଆରି କଲା ଏକ୍ସପ୍ରେସ

କେବଳ କଟକ ନୁହେଁ ସାରା ରାଜ୍ୟ ଆଜି ପାଳୁଛି ଦହିବରା ଦିବସ । ସାଧାରଣ କଟକରେ ଦହିବରା ପ୍ରସିଦ୍ଧ ରହିଛି କିନ୍ତୁ ସବୁଠି ଦହିବରା ଖାଇବାକୁ ପସନ୍ଦ କରିଥାନ୍ତି । କଟକିଆଙ୍କର ପ୍ରିୟ ଖାଦ୍ୟ, ଆଲୁଡ଼ମ୍ ଦହିବରା କେବେ ଆଉ କେଉଁଠି ଆରମ୍ଭ ହୋଇଥିଲା । ଦହିବରା ଅଲୁଡ଼ମ୍ ସର୍ବ ପ୍ରଥମ ବିଡାନାସୀ ଅଞ୍ଚଳ ରୁ ସୃଷ୍ଟି ହୋଇ ପରବର୍ତ୍ତୀ ସମୟ ରେ ଆଇ ଖାଦ୍ୟର ପ୍ରସାର ଘଟିଥିଲା. କଟକର ଦହିବରା ଅଲୁଦମ୍ କେବଳ କଟକ ବା ଓଡ଼ିଶା ନୁହେଁ ସମଗ୍ର ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଛି. ଗତ ପ୍ରବାସୀ ଭାରତୀୟ ଦିବସ ରେ କଟକ ଆସି ଦହିବରା ଆଲୁଦମ ର ସ୍ଵାଦ ଚାଖି ଏହାର ଉଚ୍ଚ ପ୍ରଶଂସା କରିଥିଲେ . ୨୦୨୨ ମସିହା ରେ ଭାରତ ସରକାର କଟକର ଦହିବରା ଆଲୁଦମକୁ ସିକୃତି ଦବା ସହ ମାନ୍ୟତା ଦେଇଛି . ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ମହାନଦୀ କୂଳ ସିଲଭର ସିଟି ବୋଟ କ୍ଳବ୍ ଠାରେ ବହୁ ଆଡମ୍ବର ସହ ଦହିବରା ଆଲୁଦମ ଦିବସ ପାଳନ କରାଯାଇଛି. କେତେକ ସ୍ୱଚ୍ଛ ସେବୀ ଅନୁଷ୍ଠାନ ପଖ୍ୟରୁ ଆଲୁଦମ ଷ୍ଟଲ୍ ଖୋଲା ଯାଇଥିଲା.

ସେପଟେ ବିଶ୍ବର ସବୁଠାରୁ ବଡ଼ ଦହି ବରା ଭୁବନେଶ୍ୱର ରେ ତିଆରି ହୋଇଛି । ଦହିବରା ଏକ୍ସପ୍ରେସ ପକ୍ଷରୁ ଏହାକୁ ତିଆରି କରାଯାଇଛି। ୪୦ ଲିଟର ତେଲରେ ଛଣା ଯାଇଛି । ବରା ର ଓଜନ ୫୦ କିଲୋ ଗ୍ରାମ । ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନଜମେଣ୍ଟ ଗ୍ରାଣ୍ଡ କିଚେନ୍ ଏହା ତିଆରି ହୋଇଛି। ବରାକୁ ଜଣେ ମୁଖ୍ୟ ସେଫ୍ ଙ୍କ ୧୦ ଜଣ ମିଶି ତିଆରି କରିଛନ୍ତି । ଆଜି ଦହି ବରା ଦିବସ ପାଇଁ ଦହି ବରା ଏକ୍ସପ୍ରେସ ପକ୍ଷରୁ ଏହାକୁ ତିଆରି କରାଯାଇଛି ।