ବିଜ୍ଞାନ ସି-ସେଟରେ କିଛି ତ୍ରୁଟି ଥିବା ନେଇ ସ୍ୱୀକାର କରିଛି ବୋର୍ଡ
ମାଟ୍ରିକ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି । ଚତୁର୍ଥ ଦିନ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ମାର୍କମିସ । ମିସିଙ୍ଗ ହେଲା ୪ ମାର୍କ । ଏହି ବିଭ୍ରାଟ କୁ ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ପତିକ୍ରିୟା । ରାଜ୍ୟର କିଛି ପରୀକ୍ଷା କେନ୍ଦ୍ରକୁ ଯାଇଥିବା ସବଯେକ୍ଟିଭସି ସେଟ୍ ପ୍ରଶ୍ନ ପତ୍ରରେ ଗୋଟିଏ ପ୍ରଶ୍ନରେ ୪ ମାର୍କ ମିସ ପ୍ରିଣ୍ଟ ରହିଛି ।ଏହା ମୁଦ୍ରଣ ଜନିତ ତ୍ରୁଟି । ଏହା ବୋର୍ଡ ନଜରକୁ ଆସିଛି। ଏହି ଘଟଣା ପରୀକ୍ଷା କମିଟି କୁ ରେଫର ହୋଇ ସାରିଛି। ମୂଲ୍ୟାୟନ ବେଳେ ଏହାକୁ ବୋର୍ଡ କମିଟି ନଜର ଦେବ। ଏହି ତ୍ରୁଟି ଦ୍ଵାରା ସେହି ସେଣ୍ଟର କୌଣସି ବିଦ୍ୟାର୍ଥୀ ଙ୍କ ଫଳ ପାଇବାରେ ଅସୁବିଧା ହେବନାହିଁ । ନିଶ୍ଚିତ ରହି ସମସ୍ତ ପରୀକ୍ଷାର୍ଥୀ ଆଗମୀ ପରୀକ୍ଷା ପାଇଁ ପ୍ରସ୍ତୁତି କରନ୍ତୁ । ଆଜି ପରୀକ୍ଷାରେ କପି କରି ୧୧ ଜଣ ପରୀକ୍ଷାର୍ଥୀ ଧରା ପଡିଛନ୍ତି। ସେମାନଙ୍କ ବିରୋଧ ରେ ସଙ୍ଗେସଙ୍ଗେ ଆକ୍ସନ ନିଆଜିବନି। ଏମପି କମିଟି ରେ ଏହା ଆଲୋଚନା ହେବ। ଏହାପରେ ସେହି ପରୀକ୍ଷାର୍ଥୀ ଙ୍କୁ ତାର ପକ୍ଷ ରଖିବା ପାଇଁ ସୁଯୋଗ ଦେବ ବୋର୍ଡ । ଯଦି ଭେରିପିକେସନ ରେ କୌଣସି ତ୍ରୁଟି ଥିବ ଉପଲବ୍ଧି ହୁଏ ତେବେ ଆକ୍ସନ ନିଆଯିବ । ଏହାବ୍ୟତୀତ ଆଜି ଯେଉଁ ପ୍ରଶ୍ନ ପତ୍ର ଭାଇରାଲ କଥା ସମ୍ନା କୁ ଆସୁଛି ଏହାର କୌଣସି ଅଭିଯୋଗ ବୋର୍ଡ ପାଖରେ ନାହିଁ ବୋଲି କହିଛନ୍ତି ବୋର୍ଡ ସଭାପତି ।




