ସାଢେ ୪ଟାରେ ଗୁରୁତ୍ୱପୂର୍ଣ୍ଣ କରୋନା ସୂଚନା ଦେବେ ଅତିରକ୍ତ ସ୍ୱାସ୍ଥ୍ୟ ସଚିବ

ସାଢେ ୪ଟାରେ ଗୁରୁତ୍ୱପୂର୍ଣ୍ଣ କରୋନା ସୂଚନା ଦେବେ ଅତିରକ୍ତ ସ୍ୱାସ୍ଥ୍ୟ ସଚିବ

ସାଢେ ୪ଟାରେ ଗୁରୁତ୍ୱପୂର୍ଣ୍ଣ କରୋନା ସୂଚନା ଦେବେ ଅତିରକ୍ତ ସ୍ୱାସ୍ଥ୍ୟ ସଚିବ
ଭୁବନେଶ୍ୱର : ଆଜି ସାଢେ଼ ୪ଟାରେ କରୋନା ନେଇ ବଡ଼ଘୋଷଣା କରାଯିବ । ସ୍ୱାସ୍ଥ୍ୟ ବିଭାଗର ଅତିରକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ଏନେଇ ଘୋଷଣା କରିବେ । ଟିକାକରଣ, କଂଟେନମେଂଟ ଆଦି ସଂକ୍ରାନ୍ତରେ ସେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେବୋଲି କୁହାଯାଉଛି । ସୂଚନାଯୋଗ୍ୟଯେ, ସମ୍ପ୍ରତି ଦେଶରେ କରୋନା ସ୍ଥିତି ସାଂଘାତିକ ହୋଇଛି । ଯେଉଁଥିପାଇଁ ସାରା ଦେଶରେ ଲକଡାଉନ ଭଳି ସ୍ଥିତି ଉପୁଜିବାର ଆଶଙ୍କା ସୃଷ୍ଟି ହୋଇଥିଲା । ତେବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ନୂଆ ନିଦେ୍ର୍ଧଶାନାମା ଅନୁଯାୟୀ ସାରା ଦେଶରେ ଲକଡାଉନ କରାଯିବ ନାହିଁ । ତେବେ ଜିଲ୍ଲାର ସ୍ଥିତି ଦେଖି ରାଜ୍ୟ ସରକାର ସ୍ଥାନୀୟ କଂଟେନମେଂଟ ଭଳି ପଦକ୍ଷେପ ନେଇପାରିବେ । କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସପ୍ତାହାନ୍ତ ଲକଡାଉନ ବଦଳରେ କେତେକ ଜିଲ୍ଲାରେ ଲକଡାଉନ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି । ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଭଳି ସଂକ୍ରମିତ ଜିଲ୍ଲାରେ ଲକଡାଉନ ହେବାର ସମ୍ଭାବନା ରହିଛି । ଅପରପକ୍ଷରେ ଯେଉଁ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ଗତ ସପ୍ତାହରେ ୧୦%ରୁ ଅଧିକ ଥିବ ବା ୬୦% ଶଯ୍ୟା ପୂରଣ ହୋଇଯାଇଥିବ ସେହି ସବୁ ଜିଲ୍ଲାରେ କଡ଼ା କଟକଣା କରିବାକୁ କେନ୍ଦ୍ର ସରକାର ମଧ୍ୟ କହିଛନ୍ତି ।