ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୁଲିସ କମିଶନର

ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୁଲିସ କମିଶନର

ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୁଲିସ କମିଶନର
ଭୁବନେଶ୍ବର : ବରିଷ୍ଠ ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ କଟକ ଭୁବନେଶ୍ବର ପୁଲିସ କମିଶନର ଭାବେ ନିଯୁକ୍ରି ପାଇଛନ୍ତି । ଅପରପକ୍ଷରେ ପୁଲିସ କମିଶନର ଥିବା ସୁଧାଂଶୁ ଷଡଙ୍ଗୀଙ୍କୁ ପୁଲିସ ହାଉସିଂ କର୍ପୋରେସନର ସିଏମଡି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ବରିଷ୍ଠ ଆଇପିଏସ ଏମ ଅକ୍ଷୟଙ୍କୁ ଅଗ୍ନିଶମ ଡିଜିଭାବେ ନିଯୁକ୍ରି ଦିଆଯାଇଛି । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟଯେ, ୧୯୯୫ ବ୍ୟାଚ‌ ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀ ଜଣେ ଦକ୍ଷ ପୁଲିସ ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ସେ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି ।