ବିହାରରେ ସ୍କୁଲ କାନ୍ଥ ପଡ଼ି ୬ ଶ୍ରମିକ ମୃତ

ବିହାରରେ ସ୍କୁଲ କାନ୍ଥ ପଡ଼ି ୬ ଶ୍ରମିକ ମୃତ

ବିହାରରେ ସ୍କୁଲ କାନ୍ଥ ପଡ଼ି ୬ ଶ୍ରମିକ ମୃତ
ପାଟନା: ବିହାର ଖଗରିଆ ଜିଲ୍ଲାରେ ଏକ ପ୍ରାଥମିକ ବିଦ୍ୟାଳୟର କାନ୍ଥ ଭୁଷୁଡି ଅତିକମରେ ୬ ଜଣ ଶ୍ରମିକଙ୍କ ମୃତୁ୍ୟ ହୋଇଛି । ଅପରାହ୍ନ ପ୍ରାୟ ୩ଟା ବେଳେ ମହେଶଖୁଣ୍ଟ ଥାନା ଅନ୍ତର୍ଗତ ଏହି ଚଣ୍ଡୀ ତେଳା ଗାଁରେ ଏହି ଅଘଟଣ ଘଟିଛି । ନିକଟରେ ଖନନ କାର୍ଯ୍ୟ ଚାଲିଥିବା ବେଳେ କାନ୍ଥ ଭୁଷୁଡ଼ି ପଡ଼ିଥିଲା । ସେଠାରେ କାର୍ଯ୍ୟରତ ୧୦ ଶ୍ରମିକଙ୍କ ମଧ୍ୟରୁ ୬ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ୟମାନେ ସେଠାରେ ଭଙ୍ଗା କାନ୍ଥ ତଳେ ଫସି ରହିଥିଲେ । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୁଳକ ସହାୟତା ରାଶି ଘୋଷଣା କରିଛନ୍ତି ।