ଲଜ୍ଜା : ଥାନାରେ ମହିଳାଙ୍କୁ ଦୁଷ୍କର୍ମ

ଲଜ୍ଜା : ଥାନାରେ ମହିଳାଙ୍କୁ ଦୁଷ୍କର୍ମ

ଲଜ୍ଜା : ଥାନାରେ ମହିଳାଙ୍କୁ ଦୁଷ୍କର୍ମ
ଜୟପୁର: ମହିଳାମାନଙ୍କ ସମ୍ମାନ, ଉଦେ୍ଧଶ୍ୟରେ ସର୍ବତ୍ର ବିଶ୍ୱ ମହିଳା ଦିବସ ପାଳିତ ହେଉଥିବା ବେଳେ ରାଜସ୍ଥାନର ଏକ ଥାନାକୁ ଅଭିଯୋଗ ପାଇଁ ଯାଇଥିବା ଜଣେ ମହିଳାଙ୍କୁ ପୁଲିସ ବାବୁଙ୍କ ଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ରାଜସ୍ଥାନର ଅଲୱାର ଜିଲ୍ଲା ଅନ୍ତର୍ଗତ ଉକ୍ତ ଥାନାକୁ ନିଜ ଶାଶୂଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ବାବଦରେ ଅଭିଯୋଗ କରିବାକୁ ସମ୍ପୃକ୍ତ ୨୬ ବର୍ଷୀୟା ଜଣକ ଗତ ୨ ତାରିଖରେ ଯାଇଥିଲେ । ତେବେ ଥାନାରେ ରହୁଥିବା ୫୦ ବର୍ଷୀୟ ଭାରପ୍ରାପ୍ତ ଦ୍ୱିତୀୟ ଥାନାବାବୁ (ସବ ଇନ୍ସିପେକ୍ଟର) ଜଣକ ତାଙ୍କୁ ୪ ତାରିଖ ଯାଏ ଲଗାତର ତିନି ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ମାମଲା ଦାୟର ହେବା ସହ ତାଙ୍କୁ ଗିରଫ କରାଯାଇଛି ବୋଲି ଅଲୱାର ପୁଲିସ ଅଧୀକ୍ଷକ କହିଛନ୍ତି ।