ଶିମିଳିପାଳରେ ନିଆଁ ଲଗାଉଥିବା ଯୁବକ ଗିରଫ

ଶିମିଳିପାଳରେ ନିଆଁ ଲଗାଉଥିବା ଯୁବକ ଗିରଫ

ଶିମିଳିପାଳରେ ନିଆଁ ଲଗାଉଥିବା ଯୁବକ ଗିରଫ
କରଞ୍ଜିଆ: ଦୁଇ ସପ୍ତାହ ହେବ ଏସିଆର ଦ୍ୱିତୀୟ ବୃହତ ଜୈବମଣ୍ଡଳ ଶିମିଳିପାଳ ଜଳୁଛି । ଯାହାକୁ ନେଇ ପରିବେଶ ବିତମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ବନାଗ୍ନି ନିୟନ୍ତ୍ରଣ ପାଇଁ ସରକାରୀ କଳ ଜୋରଦାର ଉଦ୍ୟମ ଚଳାଇଛି । ଏପରି ସମୟରେ କିଛି ଦୁର୍ବୃତ୍ତ ଜାଣିଶୁଣି ଶିମିଳିପାଳ ଜଙ୍ଗଲରେ ନିଅାଁ ଲଗାଇ ଦେଇଥିବା ଅଭିଯୋଗ ଆସୁଥିଲା । ତେବେ ଏହି ଅଭିଯୋଗରେ ଠୋସ ପ୍ରମାଣ ମିଳିଛି । ଅଭିଯୋଗ ଅନୁସାରେ ଯଶିପୁର ଥାନା ଆମ୍ବତଳିଆ ଗାଁର ପ୍ରଧାନ ହେମ୍ବ୍ରମ ଦୁଧିଆଣି ରେଞ୍ଜ ବାଦାମପାହାଡ଼ ସଂରକ୍ଷିତ ଜଙ୍ଗଲରେ ନିଅାଁ ଲଗାଉଥିଲେ । ଏହି ସମୟରେ ପାଟ୍ରୋଲିଂ କରୁଥିବା ବନ ବିଭାଗର କର୍ମଚାରୀଙ୍କ ହାତରେ ସେ ଧରାପଡ଼ିଥିଲେ । ଦୁଧିଆଣି ରେଞ୍ଜର ସରୋଜ କୁମାର ପଣ୍ଡା ଅଭିଯୁକ୍ତ ପ୍ରଧାନଙ୍କୁ ଗିରଫ କରି ବନ କାର୍ଯ୍ୟାଳୟକୁ ନେବା ସହ ଅଧିକ ପଚରାଉଚରା ଚଳାଇଥିବା ଜଣାପଡ଼ିଛି ।