ସୌମ୍ୟଙ୍କ ମନ୍ତବ୍ୟ ସହ ଏକମତ ନୁହଁନ୍ତି ଝିଅ ତନୟା

ସୌମ୍ୟଙ୍କ ମନ୍ତବ୍ୟ ସହ ଏକମତ ନୁହଁନ୍ତି ଝିଅ ତନୟା

ସୌମ୍ୟଙ୍କ ମନ୍ତବ୍ୟ ସହ ଏକମତ ନୁହଁନ୍ତି ଝିଅ ତନୟା
ଭୁବନେଶ୍ୱର : ପରୀ ପ୍ରସଙ୍ଗକୁ ଏକ ଛୋଟିଆ ଅଘଟଣ ବୋଲି କହି ସମାଲୋଚନାର ଶିକାର ହୋଇଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ଫେସବୁକ, ଟୁଇଟର ଭଳି ସାମାଜିକ ଗଣମାଧ୍ୟମରେ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଛି । ତେବେ ଏହି ପରିପ୍ରେକ୍ଷୀରେ ତାଙ୍କ ଝିଅ ତନୟା ପଟ୍ଟନାୟକ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ବି ବେଶ ଚର୍ଚ୍ଚା ସୃଷ୍ଟି ହୋଇଛି । ସେ କହିଛନ୍ତିଯେ, ସେ ତାଙ୍କ ବାପାଙ୍କ ମନ୍ତବ୍ୟ ସହ ଏକମତ ନୁହଁନ୍ତି । କୌଣସି ହତ୍ୟା ଓ ଧର୍ଷଣ ଛୋଟିଆ କଥା ନୁହେଁ । ତେବେ ଏସଂକ୍ରାନ୍ତରେ ତାଙ୍କ ବାପା ଲେଖିଥିବା ସମ୍ପାଦକୀୟ, ‘ପାଠକ ପଢ଼ାଇଲେ ପାଠ, ପରୀ କରୁଛି ପରୀକ୍ଷା’କୁ ବି ପଢ଼ିବାକୁ ସେ ଅନୁରୋଧ କରିଛନ୍ତି । ସୂଚନା ଯୋଗ୍ୟ ଯେ, ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଏବେ ଓଡ଼ିଶା ରାଜନୀତିର ପାଣିପାଗ ସରଗରମ ହୋଇଛି । ପରୀକୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଓ ଏହା ପଛର ମୁଖ୍ୟ ଖଳନାୟକ କିଏ, ତାକୁ ଜାଣିବା ପାଇଁ ସମସ୍ତେ ଉକ୍ରଣ୍ଠାର ସହ ଚାହିଁବସିଛନ୍ତି । ନୟାଗଡ଼ ପରୀ ହତ୍ୟା ମାମଲାକୁ ନେଇ ଏବେ ବିଧାନସଭା ହୁଲସ୍ତୁଲ ମଧ୍ୟ ହେଉଛି । ତେବେ ପରୀ ମୃତୁ୍ୟ ମାମଲାକୁ ଏକ ଛୋଟିଆ ଅଘଟଣ ବୋଲି ଗତକାଲି ଅର୍ଥାତ ଶୁକ୍ରବାର କହିଥିଲେ ଖଣ୍ଡପଡ଼ା ବିଧାୟକ ତଥା ବିଜେଡି ଉପସଭାପତି ସୌମ୍ୟ ପଟ୍ଟନାୟକ । ସେ କହିଥିଲେ ଯେ, ଏହା ଗୋଟିଏ ଛୋଟିଆ ଅଘଟଣ । ପରବର୍ତ୍ତୀ ସମୟରେ ପୁଲିସ ଏହାକୁ ହତ୍ୟା ବୋଲି କହିଛି । ସେଥିରେ କାହାର ସମ୍ପୃକ୍ତି ଅଛି କି ନାହିଁ ତାହା ତଦନ୍ତରେ ଜଣାପଡ଼ିବ । ବିରୋଧୀ ଦଳ ଗୃହକୁ ଅଚଳ କରି ରଖିବାର କିଛି କାରଣ ନାହିଁ ବୋଲି ସୌମ୍ୟ ପଟ୍ଟନାୟକ କହିତôଲେ । ତେବେ ସୌମ୍ୟ ପଟ୍ଟନାୟକଙ୍କ ଏଭଳି ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ସତରେ କ’ଣ ୫ ବର୍ଷର କୁନି ଝିଅର ମୃତୁ୍ୟ ଘଟଣା ଏକ ଛୋଟ ଘଟଣା ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି ।