ସ୍ୱାଧୀନତା ଦିବସରେ କିଏ କେଉଁଠି ମୁଖ୍ୟ ଅତିଥି

ସ୍ୱାଧୀନତା ଦିବସରେ କିଏ କେଉଁଠି ମୁଖ୍ୟ ଅତିଥି

ସ୍ୱାଧୀନତା ଦିବସରେ କିଏ କେଉଁଠି ମୁଖ୍ୟ ଅତିଥି
ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଆସନ୍ତା ୧୫ ତାରିଖ ସ୍ୱାଧୀନତା ଦିବସରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବେ । ଏହା ସହିତ ବାକି ବିଭିନ୍ନ ଜିଲ୍ଲା ଓ ସଦର ମହକୁମାରେ ପତାକା ଉତ୍ତୋଳନ କରିବାକୁ ୧୮ ଜଣ ମନ୍ତ୍ରୀ, ୨ ଜଣ ଆରଡିସି ଓ ୧୨ ଜଣ ଜିଲ୍ଲାପାଳଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏ ସମ୍ପର୍କରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ତାଲିକା ପ୍ରକାଶ ପାଇଛି । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ କଡ଼ା କଟକଣା ଭିତରେ ସାର ଦେଶରେ ସ୍ୱାଧୀନତା ଦିବସ ପାଳନ ହେବାକୁ ଯାଉଛି । ଏଥିପାଇଁ ସକାଳ ୯ଟା ପରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ସ୍ଥିର କରାଯାଇଛି । ଯଦି ଅନିବାର୍ଯ୍ୟ କାରଣବଶତଃ ନିର୍ଦ୍ଧାରିତ ସ୍ଥାନରେ ମୁଖ୍ୟ ଅତିଥି ପହଞ୍ଚି ନ ପାରନ୍ତି ତା ହେଲେ ସେ କ୍ଷେତ୍ରରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ କିମ୍ବା ଏଡିଏମ ପତାକା ଉତ୍ତୋଳନ କରିପାରିବେ ବୋଲି ଗୃହ ବିଭାଗ ଜଣାଇଛି । ମନ୍ତ୍ରୀ / ଆରଡିସି / ଜିଲ୍ଲାପାଳ ଜିଲ୍ଲା / ସ୍ଥାନ ନବୀନ ପଟ୍ଟନାୟକ ଭୁବନେଶ୍ୱର ନିରଞ୍ଜନ ପୂଜାରୀ ପୁରୀ ବିକ୍ରମ କେଶରୀ ଆରୁଖ କଟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କନ୍ଧମାଳ ପଦ୍ମନାଭ ବେହେରା ଗଞ୍ଜାମ ପ୍ରତାପ ଜେନା ମାଲକାନଗିରି ଅରୁଣ କୁମାର ସାହୁ କେନ୍ଦୁଝର ସୁଦାମ ମାରାଣ୍ଡି ନୟାଗଡ଼ ସୁଶାନ୍ତ ସିଂହ ବାଲେଶ୍ୱର ଟୁକୁନି ସାହୁ ସୁନ୍ଦରଗଡ଼ ଜଗନ୍ନାଥ ସାରକା ଗଜପତି ଦିବ୍ୟଶଙ୍କର ମିଶ୍ର ଖୋର୍ଦ୍ଧା ଅଶୋକ ଚନ୍ଦ୍ର ପଣ୍ଡା ଅନୁଗୁଳ ସମୀର ରଞ୍ଜନ ଦାଶ ଯାଜପୁର ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୟୂରଭଞ୍ଜ ପ୍ରେମାନନ୍ଦ ନାୟକ ରାୟଗଡ଼ା ରଘୁନନ୍ଦନ ଦାସ ନବରଙ୍ଗପୁର ପଦ୍ମିନୀ ଦିଆନ କଳାହାଣ୍ଡି ତୁଷାରକାନ୍ତି ବେହେରା କୋରାପୁଟ ଆରଡିସି, ଦକ୍ଷିଣାଞ୍ଜଳ ଡିଭିଜନ ବ୍ରହ୍ମପୁର