ୟୁକେ କୋର୍ଟରେ ପଳାତକ ନିରବ ମୋଦିଙ୍କୁ ଲାଗିଛି ବଡ଼ ଝଟକା

ୟୁକେ କୋର୍ଟରେ ପଳାତକ ନିରବ ମୋଦିଙ୍କୁ ଲାଗିଛି ବଡ଼ ଝଟକା

ୟୁକେ କୋର୍ଟରେ ପଳାତକ ନିରବ ମୋଦିଙ୍କୁ ଲାଗିଛି ବଡ଼ ଝଟକା
ନୂଆଦିଲ୍ଲୀ:ମୋଦି ସରକାରଙ୍କ ଆଉ ବଡ ସଫଳତା । ଭାରତ ଫେରିବ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି । ୟୁକେ କୋର୍ଟରେ ପଳାତକ ନିରବ ମୋଦିଙ୍କୁ ବଡ଼ ଝଟକା ଲାଗିଛି । ଭାରତ ସରକାର ପ୍ରତ୍ୟାର୍ପଣ ପାଇଁ ୟୁକେ କୋର୍ଟରେ ଆବେଦନ କରିଥିଲେ । ଲଣ୍ଡନର ୱେଷ୍ଟମିନିଷ୍ଟର କୋର୍ଟ ଏହା ଉପରେ ଶୁଣାଣି କରି ଅନୁମତି ଦେବା ପରେ ନିରବ ମୋଦିର ଭାରତ ଫେରିବା ବାଟ ଖୋଲିଛି । କୋର୍ଟ ନିଜ ରାୟରେ କହିଛନ୍ତି, ନୀରବ ମୋଦି ଘଟଣାର ପ୍ରମାଣ ନଷ୍ଟ କରିବା ସହ ସାକ୍ଷୀଙ୍କୁ ଭୟଭୀତ କରାଇବା ପାଇଁ ଷଡଯନ୍ତ୍ର ରଚିଥିଲା । ନୀରବ ମୋଦୀର ମାନସିକ ସ୍ୱାସ୍ଥ୍ୟ ଚିନ୍ତାକୁ ନେଇ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରି କହିଛନ୍ତି ଯେ, ନୀରବ ମୋଦିକୁ ମୁମ୍ୱାଇ ସ୍ଥିତ ଆର୍ଥର ରୋଡ ଜେଲରେ ଚିକିତ୍ସା ଏବଂ ମାନସିକ ସ୍ୱାସ୍ଥ୍ୟସେବା ଯୋଗାଯିବ । ଦୁଇ ବର୍ଷ ପୂର୍ବେ ବ୍ରିଟେନର ସ୍କଟଲ୍ୟାଣ୍ଡ ୟାର୍ଡ ପୋଲିସ ୨୦୧୯ ମାର୍ଚ୍ଚ ୧୩ ତାରିଖରେ ନିରବ ମୋଦିକୁ ଗିରଫ କରିଥିଲା ।