୧୦ ଶିକ୍ଷକଙ୍କ ବଦଳି ସୁପାରିସ କରିପାରିବେ ବିଧାୟକ
୧୦ ଶିକ୍ଷକଙ୍କ ବଦଳି ସୁପାରିସ କରିପାରିବେ ବିଧାୟକ
ଭୁବନେଶ୍ୱର: ଜଣେ ବିଧାୟକ ଚାହିଁଲେ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ସୁପାରିସ କରିପାରିବେ। ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକଙ୍କ ବଦଳି ନେଇ ଥିବା କଟକଣାକୁ ରାଜ୍ୟ ସରକାର କୋହଳ କରି ଏପରି ନିୟମ କରିଛନ୍ତି। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଶିକ୍ଷକ ବଦଳି ପ୍ରକ୍ରିୟାରେ ବିଧାୟକମାନଙ୍କୁ ସାମିଲ କରାଯାଇଛି । ତେବେ ଏଥିପାଇଁ କେତେକ ନିୟମ ପାଳନ କରିବାକୁ ପଡ଼ିବ । ପ୍ରଥମତଃ ବଦଳି କେବଳ ସମ୍ପୃକ୍ତ ଜିଲ୍ଲା ଭିତରେ ହୋଇପାରିବ । ଜଣେ ଶିକ୍ଷକ ଚାହିଁଲେ ବି ବାହାର ଜିଲ୍ଲାକୁ ବଦଳି ହୋଇ ଯାଇପାରିବେ ନାହିଁ । ଏମିତିକି ଗ୍ରାମାଞ୍ଚଳରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସହରାଞ୍ଚଳ ବିଦ୍ୟାଳୟକୁ ବଦଳି ପାଇଁ ଅନୁମତି ଦିଆଯିବ ନାହିଁ । ନାମ ସୁପାରିସ ସମୟରେ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷକଙ୍କ ବଦଳି ନେଇ ପୂର୍ବରୁ କଡ଼ା କଟାକଣା ଥିଲା । ତେବେ ଚଳିତ ଶିକ୍ଷାବର୍ଷରେ ରାଜ୍ୟ ସରକାର ଏହି ନିୟମରେ ପରିବର୍ତ୍ତନ କରିଛନ୍ତି ।
ସେପ୍େଟମ୍ବର ୨୨ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପ ସଚିବ ଲକ୍ଷ୍ମୀକାନ୍ତ ଆଚାର୍ୟ୍ୟ ଏନେଇ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି । ଯେଉଁଥିରେ କୁହାଯାଇଛି ଯେ ବିଧାୟକମାନେ ନିଜ ତରଫରୁ ୧୦ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ନେଇ ଜିଲ୍ଲାପାଳଙ୍କୁ ସୁପାରିସ କରିପାରିବେ । ତେବେ ଏହି ସୁପାରିସ ବେଳେ କେତେକ ନିର୍ଦ୍ଧିଷ୍ଟ ନିୟମ ମାନିବାକୁ ପଡ଼ିବ । ଯୁକ୍ତିସଂଗତ ଅଦଳବଦଳ ବା ରେସନାଲାଇଜେସନ ନିୟମକୁ ଏହି ସୁପାରିସ ଉଲ୍ଲଂଘନ କରୁ ନଥିବା ଆବଶ୍ୟକ । ସେହିପରି ଯେଉଁ ଶିକ୍ଷକଙ୍କ ବଦଳି ଅତ୍ୟନ୍ତ ଜରୁରି ଥିବ ସେମାନଙ୍କ ପାଇଁ ବିଧାୟକମାନେ ସୁପାରିସ କରିବା ଆବଶ୍ୟକ । ଏହି ନିୟମ କେବଳ ଚଳିତ ଶିକ୍ଷାବର୍ଷ ପାଇଁ ଲାଗୁ ହେବ ବୋଲି




admin 