୧୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

୧୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

୧୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଖରାରେ ଓଡିଶା ସିଜୁଛି । ପ୍ରଚଣ୍ଡ ରୁଦ୍ରତାପ ବଢିବାରେ ଲାଗିଛି । ଗତକାଲି ଭୁବନେଶ୍ୱର ତାପାମାତ୍ରା ୪୪.୨ ବିଶ୍ୱରେ ସବୁଠୁ ଉତପ୍ତ ସହର ଥିଲା । ଦେହହାତ ଜଳିଯାଉଥିଲା । ମୁହଁ ସିଝି ଯାଉଥିଲା ଝାଞ୍ଜି ମାଡରେ । ଆଖି , ମୁଣ୍ଡ ଝାଇଁ ଝାଇଁ ହୋଇଯାଉଥିଲା । ଆଜି ମଧ୍ୟ ସେହିପରି ଅନୁଭୂତ ହେବ ବୋଲି ଆଶଙ୍କା କରାଯାଉଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ସର୍ତକ କଲା ପାଣିପାଗ ବିଭାଗ । କାଲି ଭଳି ଆଜି ବି ରାଜ୍ୟରେ ପ୍ରଚଣ୍ଡ ଖରା ନେଇ ସୂଚନା ମିଳିଛି । ଅପରାହ୍ନ ୪ଟା ଯାଏ ଖରାକୁ ନବାହାରିବା ପାଇଁ ପାଣିପାଗ ବିଭାଗ ସତର୍କ କରିଛି । ରାଜ୍ୟର ୧୬ ଜିଲ୍ଲାକୁ ହିଟୱେଭ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ନୟାଗଡ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡା, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ ,ସମ୍ବଲପୁର, ଅନୁଗୁଳ ଓ ଢେଙ୍କାନାଳ ଏହି ସବୁ ଜିଲ୍ଲା ଗୁଡିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଖରାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।