୧୭ ଟି ଜିଲ୍ଲାରୁ ୬୪ ନୂଆ ଆକ୍ରାନ୍ତ ଚିହ୍ନଟ

୧୭ ଟି ଜିଲ୍ଲାରୁ ୬୪ ନୂଆ ଆକ୍ରାନ୍ତ ଚିହ୍ନଟ

୧୭ ଟି ଜିଲ୍ଲାରୁ ୬୪ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ୨୪ ଘଣ୍ଟା ରାଜ୍ୟରେ ୧୭ ଟି ଜିଲ୍ଲାରୁ ୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୭ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୦୫୬ ଜଣକୁ ବଢ଼ିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୧୦ ଜଣ, ମୟୂରଭଞ୍ଜରୁ ୮ ଜଣ, କଟକ ଓ ଖୋର୍ଦ୍ଧାରୁ ୭ ଜଣ ଲେଖାଏଁ, ଯାଜପୁରରୁ ୫ ଜଣ, ବରଗଡ଼ ଓ ଗଜପତି ଜିଲ୍ଲାରୁ ୪ ଜଣ ଲେଖାଏଁ, କଳାହାଣ୍ଡିରୁ ୩ ଜଣ, ଅନୁଗୁଳ, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ବାଲେଶ୍ବର, ଢ଼େଙ୍କାନାଳ, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୩୮ ହଜାର ୦୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୬୭୭ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୩୫ ହଜାର ୪୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।