୬ ଘଣ୍ଟା ବନ୍ଦ ହୋଇଗଲା, ଫେସ୍‌ବୁକ୍‌, ହ୍ବାଟସ୍‌ଆପ୍‌, ଇନଷ୍ଟାଗ୍ରାମ୍

୬ ଘଣ୍ଟା ବନ୍ଦ ହୋଇଗଲା, ଫେସ୍‌ବୁକ୍‌, ହ୍ବାଟସ୍‌ଆପ୍‌, ଇନଷ୍ଟାଗ୍ରାମ୍

୬ ଘଣ୍ଟା ବନ୍ଦ ହୋଇଗଲା, ଫେସ୍‌ବୁକ୍‌, ହ୍ବାଟସ୍‌ଆପ୍‌, ଇନଷ୍ଟାଗ୍ରାମ୍

ନୂଆଦିଲ୍ଲୀ: ସୋମବାର ରାତି ପ୍ରାୟ ସାଢେ ୯ଟା ସମୟରେ ହଠାତ୍ ସୋସିଆଲ ମିଡିଆ ବନ୍ଦ ହୋଇଗଲା । ଫେସବୁକ୍, ହ୍ୱାଟସ୍ ଆପ ଓ ଇନଷ୍ଟାଗ୍ରାମ ସବୁ କିଛି ଅଚଳ ହୋଇଗଲା। ଯୁବ ପିଢିଙ୍କଠୁ ଆରମ୍ଭ କରି ବୟସ୍କ ପର୍ୟ୍ୟନ୍ତ, ସମସ୍ତେ ବିଚଳିତ ହୋଇପଡ଼ିଲେ। କେହି କେହି ନିଜ ଫୋନ୍‌ ଖରାପ ହୋଇ ପଡ଼ିଲା ଭାବି ବ୍ୟସ୍ତ ହୋଇ ପଡ଼ିଲେ।  ଅନେକ ନେଟୱାର୍କ ସମସ୍ୟା ଭାବୁଥିବା ବେଳେ କେତେକ ନିଜର ସୋସିଆଲ ମିଡିଆ ଆପ ଗୁଡିକୁ ଅପଡେଟ୍ ମଧ୍ୟ କରିଥିଲେ। କଣ ହୋଇଛି କାହିଁକି କିଛି ବି ସୋସିଆଲ ମିଡିଆ କାମ କରୁନି, ସେହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିଲା । ଶେଷରେ ଜଣାପଡିଲା ଯେ, ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟସଆପର ସର୍ଭର ହଠାତ୍ ଡାଉନ ହୋଇଯାଇଛି। ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିଲା।ଏଥିପାଇଁ ବିଶ୍ୱର ୧୦୦ କୋଟିରୁ ଅଧିକ ଲୋକ ପ୍ରଭାବିତ ହେଇଛନ୍ତି ବୋଲି ସୂଚନା ମିଳିଛି । ଭାରତ ଓ ଆମେରିକା ସମେତ ଅନ୍ୟ ଦେଶ ଗୁଡିକ ମଧ୍ୟ ଏଥିରେ ଗଭୀର ଭାବେ ପ୍ରଭାବିତ ହୋଇଥିଲେ । 

ପ୍ରାୟ ଛଅ ଘଣ୍ଟା ଧରି ବ୍ୟାହତ ପରେ ପୁଣି ଆରମ୍ଭ ହୋଇଛି ଫେସବୁକ୍, ହ୍ୱାଟସ୍ଆପ୍ ଏବଂ ଇନଷ୍ଟାଗ୍ରାମ୍  ।