ଓଡ଼ିଶାକୁ କରୋନା ଟିକା ପର୍ଯ୍ୟାୟ କ୍ରମେ ଆସିବ

ଓଡ଼ିଶାକୁ କରୋନା ଟିକା ପର୍ଯ୍ୟାୟ କ୍ରମେ ଆସିବ

 ଓଡ଼ିଶାକୁ କରୋନା ଟିକା ପର୍ଯ୍ୟାୟ କ୍ରମେ ଆସିବ
ଭୁବନେଶ୍ୱର: ଓଡ଼ିଶାକୁ କରୋନା ଟିକା ପର୍ଯ୍ୟାୟ କ୍ରମେ ଆସିବ ବୋଲି ନୂଆପଡ଼ା ଗସ୍ତରେ ଥିବା ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ଏସିଏସ ନିଜ ନିଜ ପ୍ରତିକ୍ରିୟା ରଖି କହିଛନ୍ତି । ସେମାନେ କହିଛନ୍ତି ଯେ, ଛତିଶଗଡ଼ ସୀମାରେ ଥିବାରୁୁ ଆମେ ଅଧିକ ଫୋକସ କରୁଛୁ । ଗାଇଡଲାଇନ କଡ଼ାକଡ଼ି ପାଳନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଜିଲ୍ଲାରେ ୪୫୮ ଆକ୍ଟିଭ କେସ ରହିଥିବାବେଳେ ୯୦ ପ୍ରତିଶତ ହୋମ ଆଇସୋଲେସନରେ ରହିଛନ୍ତି । ୪୧୧ଜଣ ହୋମ ଆଇସୋଲେସନରେ ଥିବାବେଳେ ୪୭ଜଣ କୋଭିଡ ହସ୍ପିଟାଲରେ ଅଛନ୍ତି । ଚିକିତ୍ସା ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ଅଛି । ଆଜି ଆଢେଇ ଲକ୍ଷ ଟିକା ଆସୁଛି । ଟିକା ପର୍ଯ୍ୟାୟ କ୍ରମେ ଆସିବ ବୋଲି ସେମାନେ କହିଛନ୍ତି । ଆଜି କଳାହାଣ୍ଡି ଓ ନୂଆପଡା ଗସ୍ତରେ ମୁଖ୍ୟ ଶାସନ ସବିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଏସିଏସ ପ୍ରଦୀପ୍ତ ମହାପାତ୍ର ଯାଇଛନ୍ତି। କରୋନା ସ୍ଥିତିର ସମୀକ୍ଷା ପାଇଁ ବରିଷ୍ଠ ଅଧିକାରୀ ଏହି ୨ ଜିଲା ଗସ୍ତ କରିଛନ୍ତି। ଛତିଶିଗଡରେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଛତିଶିଗଡରୁ ଓଡିଶା ଯିବା ଆସିବା ଫଳରେ ସୀମାନ୍ତବର୍ତ୍ତୀ ୨ ଜିଲାରେ ମଧ୍ୟ ସଂକ୍ରମଣ ବଢୁଛି। ବର୍ତ୍ତମାନ ରାଜ୍ୟ ସରକାର ଛତିଶଗଡ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପ୍ରକାଶ ଯେ, ଆଜି ଓଡିଶାକୁ ଅଢେ଼ଇ ଲକ୍ଷ କୋଭିସିଲ୍ଡ ଟିକା ଆସୁଛି । ଏନେଇ ପରିବାର କଲ୍ୟାଣ ନିଦେ୍ର୍ଧଶ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । କିଛି ସମୟ ଭିତରେ ଭୁବନେଶ୍ୱରରେ ପହଁଞ୍ଚିବ ଏବଂ ସବୁ ଜିଲ୍ଲା ବଣ୍ଟାଯିବ । ଆସନ୍ତା କାଲି ଟିକା ଉତ୍ସବ ପାଳନ ହେବ, ସବୁ କେନ୍ଦ୍ରରେ ଟିକା ଦିଆଯିବ ବୋଲି ସେ କହିଛନ୍ତି ।