ପୁଣି ଜଣେ ବିବିଏ ଛାତ୍ରଙ୍କ ଆତ୍ମହତ୍ୟା
ପୁଣି ଜଣେ ବିବିଏ ଛାତ୍ରଙ୍କ ଆତ୍ମହତ୍ୟା
ଭୁବନେଶ୍ୱର: ରାଜଧାନୀରେ ପୁଣି ଜଣେ ବିବିଏ ଛାତ୍ରଙ୍କ ଆତ୍ମହତ୍ୟା କରିଛନ୍ତି ଯାହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଭୁବନେଶ୍ୱରରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରଙ୍କ ନାମ ମନୀଷ ସରକାର ବୋଲି ଜଣାପଡିଛି । ଏବେ ଯାଏଁ କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବିବିଏ ପାଠ୍ୟକ୍ରମର ଶେଷ ବର୍ଷର ଛାତ୍ର ଥିଲେ ମନୀଷ । ହେଲେ ରବିବାର ଦିନ ସେ ଆତ୍ମହତ୍ୟା କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ କିଛି ମାସ ହେଲା ଭୁବନେଶ୍ୱରରେ ଏକାଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ନିକଟରେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ଭୁବନେଶ୍ୱର ଇନ୍ଫୋ ଭ୍ୟାଲି ଥାନା ଅଞ୍ଚଳରେ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ । ଏବେ ଯାଏଁ ଏହି ସବୁ ଘଟଣାରୁ ପରଦା ହଟିନଥିବା ବେଳେ ଆଉ ଏକ ଆତ୍ମହତ୍ୟା କେସ୍ ସାମ୍ନାକୁ ଆସିଛି ।




admin 