ପୁଣି ୧୫ ଲକ୍ଷର ଜାଲ ନୋଟ ଜବତ

ପୁଣି ୧୫ ଲକ୍ଷର ଜାଲ ନୋଟ ଜବତ

 ପୁଣି ୧୫ ଲକ୍ଷର ଜାଲ ନୋଟ ଜବତ

ଭୁବନେଶ୍ୱର: ରାଜ୍ୟରେ ଏବେ ଜାଲନୋଟ କାରବାର ଜୋରଦାର ଚାଲିଛି ।  ଏହାରି ଭିତରେ କ୍ରାଇମବ୍ରାଞ୍ଚର ସ୍ପେସାଲ ଟାସ୍କ ଫୋର୍ସ ବା ଏସଟିଏଫ ୧୫ ଲକ୍ଷ ଟଙ୍କାର ଜାଲ ନୋଟ ଜବତ କରିଛି ।  ସମ୍ବଲପୁର ଯୁଯୁମରାରୁ ଉକ୍ତ ଟଙ୍କା ଜବତ କରାଯାଇଛି ।

ଏହି ଘଟଣାରେ ଏସଟିଏଫ ୨ ଜଣ ଆନ୍ତଃରାଜ୍ୟ ମାଫିଆଙ୍କୁ ଗିରଫ କରିଛି ।  ନିକଟରେ ବରଗଡ଼ ପରପାଲିରୁ ୧୪ ଲକ୍ଷର ଜାଲ ନୋଟ ଜବତ କରାଯାଇଥିଲା ।  ତେବେ ଏତେ ପରିମାଣର ଜାଲ ନୋଟ କେଉଁଠୁ ଆସୁଛି ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି ।