ପ୍ରକୃତି ମିଶ୍ରଙ୍କ ପାଇଁ ବାବୁସାନଙ୍କ ପରିବାରରେ ଝଡ
ପ୍ରକୃତି ମିଶ୍ରଙ୍କ ପାଇଁ ବାବୁସାନଙ୍କ ପରିବାରରେ ଝଡ
ଭୁବନେଶ୍ୱର : ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପାଇଁ ସୁପର ଷ୍ଟାର ବାବୁସାନଙ୍କ ପରିବାରରେ ଝଡ । ଓଲିଉଡର ସୁପରଷ୍ଟାର ବାବୁସାନଙ୍କ କାରନାମାକୁ ନେଇ ଓଲିଉଡ ଇଣ୍ଡଷ୍ଟ୍ରିରେ ଜୋରଦାର ଚଚ୍ଚା ହେଉଛି । ଏବେ ବାବୁସାନଙ୍କ ଘରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପାଇଁ ଝଡ ଦେଖାଯାଇଛି । ଆଜି ସକାଳୁ କାର ଭିତରେ ବାବୁସାନ ଓ ପ୍ରକୃତି ମିଶ୍ର ଥିବାବେଳେ ହଠାତ୍ ସେଠାରେ ବାବୁସାନଙ୍କ ସ୍ତ୍ରୀ ପହଞ୍ଚିଥିଲେ । ତାଙ୍କ ସହିତ ସ୍ଥାନୀୟ ଅଂଚଳର୮, ୧୦ ଜଣ ଯୁବକ ଥିଲେ ।
ବାବୁସାନଙ୍କ ଡୋର ଖୋଲି ଆରମ୍ଭ କରିଥିଲେ ଯୁକ୍ତି ତର୍କ । ଲୋକ ରୁଣ୍ଢ ହେବା ଯୋଗୁଁ ସେଠରେ କିଛି କହିପାରିନଥିଲେ ସୁପରଷ୍ଟାର ବାବୁସାନ । ବାବୁସାନଙ୍କ ସ୍ତ୍ରୀ ତୃପ୍ତି ସତପଥୀ କାର ଭିତରେ ପଶି ପ୍ରକୃତିଙ୍କୁ ଜୋରରେ ଚାପି ଧରିଥିଲେ । ଫଳରେ ପ୍ରକୃତି ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ । ତଥାପି ବି ପ୍ରକୃତିଙ୍କୁ ଛାଡି ନଥିଲେ ତୃପ୍ତି । ପ୍ରକୃତି ଅଟୋରେ ବସିବାକୁ ଯାଉଥିବାବେଳେ ତାଙ୍କୁ ତୃପ୍ତି ଗୋଡେଇ ଗୋଡେଇ ଯାଇ ପ୍ରକୃତି ତାଙ୍କ ପରିବାର ଧ୍ୱଂସ କରିଛନ୍ତି ବୋଲି କହୁଥିଲେ । ପ୍ରକୃତି ମଧ୍ୟ ତୃପ୍ତି ପାଗଳ ବୋଲି କହିବା ପାଇଁ ପଛେଇ ନଥିଲେ । ଏହି ସମୟରେ ବାବୁସାନଙ୍କ ପତ୍ନୀ ପ୍ରକୃତିଙ୍କୁ ଧକ୍କା ମାରିଥିଲେ ।




admin 