ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକମାନେ କକ୍ଷତ୍ୟାଗ

ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକମାନେ କକ୍ଷତ୍ୟାଗ

 ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକମାନେ କକ୍ଷତ୍ୟାଗ
ଭୁବନେଶ୍ୱର: ଧାନମଣ୍ଡି ସମସ୍ୟା ନେଇ ଶୁକ୍ରବାର ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ଗୃହରେ ବିବୃତି ରଖିଛନ୍ତି । ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଥିବା ଜଣାଯାଇଛି । ପ୍ରକାଶ ଯେ, ଆଜି ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିବୃତି ରଖି କହିଥିଲେ ଯେ, ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣାଯିବ । ଏହାଛଡ଼ା ସେ କହିଥିଲେ ଯେ, ଧାନକିଣା ଜାରି ରହିଛି । ଏଯାଏ ୬୧.୨୪ ଲକ୍ଷ ମେଟ୍ରିକ ଟନ କିଣାଯାଇଛି । ବିଗତ ଖରିଫ ଋତୁ ତୁଳନାରେ ଏ ବର୍ଷ ୧୮% ଅଧିକ ଧାନ କିଣାଯାଇଛି । ଚାଷୀଙ୍କ ଧାନ ବିକ୍ରି ସମସ୍ୟା ନହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି । ବିଭିନ୍ନ ଜିଲ୍ଲାରେ ଧାନ କିଣା ନେଇ ଥିବା ସମସ୍ୟାର ତଦନ୍ତ ଚାଲିଛି । ପଞ୍ଜୀକୃତ ଚାଷୀ ଧାନ କିଣାରୁ ବଞ୍ଚିତ ହେବେ ନାହିଁ । ଯେଉଁ ବିଧାୟକ ନିର୍ଦ୍ଧିଷ୍ଟ ଅଭିଯୋଗ କରିବେ ତାର ସମାଧାନ କରିବୁ ବୋଲି ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ଗୃହରେ ବିବୃତି ରଖିଥିଲେ । ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଥିବା ଜଣାଯାଇଛି ।