ସ୍କୁଲ ବ୍ୟାଗରେ ଗଞ୍ଜେଇ ଚୋରା ଚାଲାଣ , ୪ ଗିରଫ

ସ୍କୁଲ ବ୍ୟାଗରେ ଗଞ୍ଜେଇ ଚୋରା ଚାଲାଣ , ୪ ଗିରଫ

 ସ୍କୁଲ ବ୍ୟାଗରେ ଗଞ୍ଜେଇ ଚୋରା ଚାଲାଣ , ୪ ଗିରଫ


ଲମତାପୁଟ :  ଅଭିନଵ ଉପାୟରେ ସ୍କୁଲ ବ୍ୟାଗରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଲମତାପୁଟ ପୋଲିସ ୪ଜଣକୁ ଗିରଫ କରିଛି । ଲମତାପୁଟ ଅଞ୍ଚଳରୁ ବାହାର ରାଜ୍ୟକୁ ଗଂଜେଇ ଚୋରା ବେଳେ ମଲେଗାଁ ଛକ ନିକଟରେ ମାଡିବସିଲା ପୋଲିସ ।

ପେଟ୍ରୋଲିଂ ସମୟରେ ମଲେଗାଁ ଛକରେ ୪ ଜଣ ବ୍ୟକ୍ତି ସ୍କୁଲ ବ୍ୟାଗ କାନ୍ଧରେ ପକାଇ ବସ୍‌କୁ ଅପେକ୍ଷା କରିଥିବା ବେଳେ ସନ୍ଦେହ କରି ପଲିସ ବ୍ୟାଗ ଗୁଡିକ ଯାଞ୍ଚ କରିବାରୁ ବ୍ୟାଗ ଗୁଡିକରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା । ବ୍ୟାଗ ଗୁଡିକରୁ ୨୨ କେଜି ଗଞ୍ଜେଇ ଥିବା ବେଳେ ୪ଜଣକୁ ଗିରଫ କରିଛି ପୋଲିସ ।

ଏହାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହୁଥିବା ବେଳେ ଅଭିଯୁକ୍ତଙ୍କୁ ପଚାର ଉଚରା ପରେ ସ୍ଥାନୀୟ ଯୁବକଙ୍କ ଠାରୁ କିଣିଥିବା କହିଥିଲେ । ସମ୍ପୃକ୍ତ ଥିବା ସ୍ଥାନୀୟ ୩ ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ ।