୨୪ରେ କୋର୍ଟରେ ହାଜର ହେବେ ନାଗ ଦମ୍ପତ୍ତି

୨୪ରେ କୋର୍ଟରେ ହାଜର ହେବେ ନାଗ ଦମ୍ପତ୍ତି

 ୨୪ରେ କୋର୍ଟରେ ହାଜର ହେବେ ନାଗ ଦମ୍ପତ୍ତି


ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମହିଳା ବ୍ଲାକ୍ମେଲର ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁ ଚାନ୍ଦ ମଙ୍ଗଳବାର ଖୋର୍ଦ୍ଧା ଜିଲା ଓ ଦୌରା ଜଜଙ୍କ କୋର୍ଟରେ ହାଜର ହେବେ । ଏଥିସହିତ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଏବଂ ଖଗେଶ୍ୱରଙ୍କୁ କୋର୍ଟରେ ହାଜର ହେବାକୁ ସମନ ଜାରି କରାଯାଇଛି ।

ଇଡ଼ି ଚାର୍ଜସିଟରେ ଶ୍ରଦ୍ଧାଞ୍ଜଳିଙ୍କୁ ଚତୁର୍ଥ ଅଭିଯୁକ୍ତ ଦର୍ଶାଯାଇଛି । ୨୪ ତାରିଖରେ ହାଜର ହେବାକୁ ଶ୍ରଦ୍ଧାଞ୍ଜଳିଙ୍କୁ ସମନ କରାଯାଇଥିଲା । ଅର୍ଚ୍ଚନା, ଖଗେଶ୍ୱର ଓ ଜଗବନ୍ଧୁ ଭିଡିଓ କନଫରେନସିଂରେ ହାଜର ହୋଇପାରନ୍ତି  । ଅନ୍ୟପଟେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ୩ଟି ମୋବାଇଲର ଷ୍ଟାଟସ୍ ରିପୋର୍ଟ ଦେବେ ଏସଏଫଏସଏଲ । ଏହି ୩ଟି ମୋବାଇଲରେ ରହିଛି ଅର୍ଚ୍ଚନାଙ୍କ ହନି ଟ୍ରାପର କଳା କାହାଣୀ ।