ଅପ୍ରେଲରୁ ରିଭିଜନ କ୍ଲାସ ଚାଲିବ

ଅପ୍ରେଲରୁ ରିଭିଜନ କ୍ଲାସ ଚାଲିବ

 ଅପ୍ରେଲରୁ ରିଭିଜନ କ୍ଲାସ ଚାଲିବ
ଭୁବନେଶ୍ୱର : ଆସନ୍ତା ଅପ୍ରେଲରୁ ସ୍କୁଲରେ ରବିବାର ପାଠପଢ଼ା ହେବନାହିଁ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତିଯେ, ଅପ୍ରେଲରୁ ରିଭିଜନ କ୍ଲାସ ଚାଲିବ । ତେଣୁ ରବିବାର ଆଉ ପାଠପଢ଼ା ହେବନାହିଁ । ପାଠପଢ଼ା ଶେଷ ହୋଇ ଆସିଲାଣି । ତେଣୁ ଆଉ ନିତିଦିନ ପାଠପଢ଼ାର ଆବଶ୍ୟକତା ନାହିଁ । ପିଲାଙ୍କ ସଂଖ୍ୟା ମଧ୍ୟ ସ୍କୁଲରେ ଧିରେଧିରେ କମିବାକୁ ଲାଗିଲାଣି । ପିଲାମାନେ ଏବେ ସେଲ୍ଫ ଷ୍ଟଡ଼ି ଉପରେ ଗୁରୁତ୍ୱାରୋପ କରୁଛନ୍ତି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟଯେ, କରୋନା ଯୋଗୁଁ ଚଳିତ ଶିକ୍ଷାବର୍ଷରେ ପାଠପଢ଼ା ହୋଇପାରିନଥିଲା । ତେବେ କଟକଣା ହଟିବା ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କର ପାଠ ପଢ଼ା ଜୋର ଧରିଥିଲା । ଏପରିକି ରବିବାର ବି କ୍ଲାସ କରାଯାଉଥିଲା । ଅତି କମରେ ପିଲାଙ୍କୁ ଶହେଦିନ ପାଠ ପଢ଼ାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।