ତୀରଥ ସିଂହ ରାୱତ ହେବେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ

ତୀରଥ ସିଂହ ରାୱତ ହେବେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ

 ତୀରଥ ସିଂହ ରାୱତ ହେବେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ
ଡେରାଡୁନ : ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ ତୀରଥ ସିଂହ ରାୱତ । ତି୍ରଭେନ୍ଦ୍ର ସିଂହ ରାୱତ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ପରବର୍ତୀ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆଜି ବିଜେପି ବିଧାୟକ ଦଳ ବୈଠକ ବସିଥିଲା । ବିଧାୟକ ଦଳ ବୈଠକରେ ତୀରଥ ସିଂହଙ୍କ ନାମରେ ମୋହର ଲାଗିଥିଲା । ବିଜେପି ସାଂସଦ ଥିବା ତୀରଥ ସିଂହଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ତ୍ରିଭେନ୍ଦ୍ର ହିଁ ପ୍ରସ୍ତାବ ଦେଇଥିବା ଜାଣିବାକୁ ମିଳିଛି । ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ତୀରଥ ସିଂହ ରାୱତ ଉତରାଖଣ୍ଡ ବିଜେପି ସଭାପତି ଥିବାବେଳେ ଏବେ ସେ ସାଂସଦ ଅଛନ୍ତି । ପୂର୍ବରୁ ମଧ୍ୟ ସେ ବିଧାୟକ ରହିବା ସହ ଶିକ୍ଷାମନ୍ତ୍ରୀ ବି ଥିଲେ । ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକଙ୍କ ନାଁ ଥିଲେବି ଅପ୍ରତ୍ୟାଶିତ ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରାଯାଇଥିବାରୁ ଉତରାଖଣ୍ଡ ରାଜନୀତି ଚଳଚଂଚଳ ହୋଇଯାଇଛି । ସୂଚନାଯୋଗ୍ୟଯେ, ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ରେସରେ ଧନ ସିଂ ରାୱତ, ଭଗତ ସିଂ କୋଶ୍ୟାରୀ, ରମେଶ ପୋଖରିଆଲ ନିଶଙ୍କ ଓ ସତପାଲ ମହାରାଜଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଜୋରଧରିଥିଲା । ପୂର୍ବରୁ ଏହି ନେତାମାନେ ତ୍ରିଭେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିତାଡ଼ିତ କରିବା ପାଇଁ ମଧ୍ୟ ଯୋଜନା କରିଥିଲେ ।