ଆଜିଠୁ ସଂସଦର ମୌସୁମୀ ଅଧିବେଶନ, ଏହି ପ୍ରସଙ୍ଗ ଉଠାଇବ ବିଜେଡି
ଆଜିଠୁ ସଂସଦର ମୌସୁମୀ ଅଧିବେଶନ, ଏହି ପ୍ରସଙ୍ଗ ଉଠାଇବ ବିଜେଡି
ନୂଆଦିଲ୍ଲୀ: ଆଜିଠୁ ସଂସଦର ମୌସୁମୀ ଅଧିବେଶନ । ଗୃହରେ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇବ ବିଜେଡି। ଏଥିପାଇଁ ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଗୃହରେ ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରାଧିକାର, କୋଇଲା ରୟାଲିଟି, ବଳକା ଉଷୁନା ଚାଉଳ ପ୍ରସଙ୍ଗ ଉଠାଇବ ବିଜେଡି। ୨୦୨୧-୨୨ ଖରିଫ ବର୍ଷର ବଳକା ୫ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ଉଠାଣ, ୫୮ ପ୍ରତିଶତ ଗ୍ରେଡରୁ ନିମ୍ନ ଖଣିଜ ଓ ଧାତବ୍ୟ ଦ୍ରବ୍ୟ ଉପରୁ ରପ୍ତାନୀ ଶୁଳ୍କ ପ୍ରତ୍ୟାହାର, ଫନି ପ୍ରଭାବିତ ଲୋକଙ୍କ ପାଇଁ ସ୍ବତନ୍ତ୍ର ଭାବେ ୧ଲକ୍ଷ ୮୪ ହଜାର ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଣ ପାଇଁ କେନ୍ଦ୍ରରେ ଚାପ ସୃଷ୍ଟି କରିବେ ବିଜେଡି ସାଂସଦ।
ସେହିପରି ଆବାସ ପ୍ଲସରେ ସାମିଲ ହୋଇଥିବା ୫ଲକ୍ଷ ୯ ହଜାର ହିତାଧିକାରୀଙ୍କୁ ସାମିଲ କରିବା ନେଇ ମଧ୍ୟ ଦାବି କରାଯିବ । ଏଥିସହ ସ୍ବାମୀନାଥନ କମିଟି ଅନୁସାରେ ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ମିଳିବା, ବିଧାନସଭା ଓ ଲୋକସଭା ନିର୍ବାଚନରେ ମହିଳାଙ୍କୁ ୩୩% ସଂରକ୍ଷଣ ପାଇଁ ସମ୍ବିଧାନରେ ସଂଶୋଧନ, ରାଜ୍ୟର ବିଧାନ ପରିଷଦ ଗଠନକୁ ସ୍ବୀକୃତି ସହ ସମ୍ବିଧାନର ଅଷ୍ଟମ ପରିଛେଦ ହୋ ଭାଷାକୁ ସାମିଲ କରିବା ପାଇଁ କେନ୍ଦ୍ର ମନ୍ତ୍ରୀମାନଙ୍କ ପାଖରେ ଓଡିଶା ସାଂସଦମାନେ ଚାପ ସୃଷ୍ଟି କରିବେ । ଏହା ବ୍ୟତୀତ ରେଳବାଇ, ବ୍ୟାଙ୍କିଂ, ଟେଲି ଯୋଗଯୋଗ କ୍ଷେତ୍ରରେ ଓ଼ଡିଶା ଅବହେଳିତ ଥିବାରୁ ଏକ୍ଷେତ୍ରରେ ସାଂସଦମାନେ କେନ୍ଦ୍ରରେ ଦାବି ହାସଲ କରିବେ ।




admin 