ଆସିଲା ବଡ ଖବର : ଓଡିଶା ୩ ୟୁକେ ଷ୍ଟ୍ରେନ

ଆସିଲା ବଡ ଖବର : ଓଡିଶା ୩ ୟୁକେ ଷ୍ଟ୍ରେନ

 ଆସିଲା ବଡ ଖବର : ଓଡିଶା ୩ ୟୁକେ ଷ୍ଟ୍ରେନ
ଭୁବନେଶ୍ୱର : ରାଜ୍ୟକୁ ଦ୍ୱିତୀୟ କରୋନା ଦ୍ୱିତୀୟ ଲହରୀ ରାସ୍ତା ଖୋଲିଲା । ଯାହା ଆଶଙ୍କା କରଯାଉଥିଲା ତାହା ଘଟିଲା । ଓଡିଶାରେ ପ୍ରବେଶ କରି ସାରିଛି ୟୁକେ ନୂଆ କରୋନା ଷ୍ଟ୍ରେନ । ଓଡିଶାରେ କରୋନା ଆକ୍ରନ୍ତଙ୍କ ମଧ୍ୟରେ ୩ ୟୁକେ ଷ୍ଟ୍ରେନ ଚିହ୍ନଟ କରାଯାଇଛି । ୩ ୟୁକେ ଷ୍ଟ୍ରେନ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ନେସନାଲ ସେଂଟର ଫର ଡିଜିଜକ କଂଟ୍ରୋଲ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି । ୧୮ଟି ରାଜ୍ୟରୁ ମୋଟ ୭୭୧ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି । ୭୭୧ରୁ ୭୩୬ ହେଉଛି ୟୁକେ ଷ୍ଟ୍ରେନ୍ । ଅନ୍ୟ ୩୪ଟି ଦକ୍ଷିଣ ଆଫ୍ରିକା ଏବଂ ଗୋଟିଏ ବ୍ରାଜିଲ ଷ୍ଟ୍ରେନ ଚିହ୍ନଟ ହୋଇଛି । ମୋଟ ୭୩୬ ୟୁକେ ଷ୍ଟ୍ରେନ ଭିତରୁ ଓଡିଶାରେ ୩ଟି ଥିବା ସୂଚନା ମିଳିଛି । ସର୍ବାଧିକ ୩୩୬ ୟୁକେ ଷ୍ଟ୍ରେନ ପଞ୍ଜାବରୁ ଚିହ୍ନଟ ହୋଇଥିବା ଉଲ୍ଲେଖ ରହିଛି ।