ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି

ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି

ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି
ଗୌହଟୀ: ଆସାମ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ୍ପି ନଡ୍ଡା ଏହି ଘୋଷଣା ପତ୍ର ଜାରି କରିଛନ୍ତି । ସେଥିରେ ରାଜ୍ୟକୁ ଆତ୍ମନିର୍ଭର କରିବା ଲାଗି ବିଜେପି ପକ୍ଷରୁ ୧୦ଟି ସଂକଳ୍ପ ସମ୍ପର୍କରେ ପ୍ରତିଶ୍ରୁତି ଦିଆଯାଇଛି । ସେ ଅନୁସାରେ ଦଳ ପୁଣି ଥରେ କ୍ଷମତାକୁ ଆସିଲେ । ରାଜ୍ୟର ୩୦ ଲକ୍ଷ ଗରିବ ପରିବାରକୁ ମାସିକ ୩୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଓରୁନଦୋଇ ଯୋଜନା ଅନୁସାରେ ରାଜ୍ୟର ଗରିବ ଲୋକଙ୍କୁ ଏହି ସହାୟତା ପ୍ରଦାନ କରାଯିବ । ଓରୁନଦୋଇ ଯୋଜନା ଅନୁସାରେ ରାଜ୍ୟର ଗରିବ ଲୋକଙ୍କୁ ଏହି ସହାୟତା ଉପଲବ୍ଧ କରାଯିବ । ବ୍ରହ୍ମପୁତ୍ରର ବନ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ଓ ଅତିରିକ୍ତ ପାଣିର ସଂରକ୍ଷଣ ଉଦେ୍ଧଶ୍ୟରେ ବଡ଼ ଜଳଭଭଣ୍ଡାର ବନାଯିବ । ମିଶନ ଶିଶୁ ଉନ୍ନୟନ ଅଧିନରେ ଅଷ୍ଟମ ଶ୍ରେଣୀରୁ ଊଦ୍ଧ୍ୱର୍ ଛାତ୍ରୀଙ୍କ ସ୍କୁଲ ଯିବାକୁ ସାଇକେଲ ଯୋଗାଇ ଦିଆଯିବ । ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ଏନଆରସିକୁ ଠିକ୍ କରାଯିବ । ଯୁବଗୋଷ୍ଠୀଙ୍କୁ ୨ ଲକ୍ଷ ସରକାରୀ ଚାକିରି ପ୍ରଦାନ କରାଯିବ । ସେଥିମଧ୍ୟରୁ ୧ ଲକ୍ଷ ୨୦୨୨ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ପ୍ରଦାନ କରିବାକୁ ଲକ୍ଷ୍ୟ ରହିଛି । ସେହିପରି ଘରୋଇ କ୍ଷେତ୍ରରେ ୮ ଲକ୍ଷ ଚାକିରି ସୁଯୋଗ ସୃଷ୍ଟି କରାଯିବ । ଭୂମିହୀନଙ୍କୁ ଜମିର ମାଲିକାନା ଅଧିକାର ମିଳିବ । ନାମଘର ଗୁଡ଼ିକର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ ।