ଓଡିଶାରୁ କେଉଁ ଦୁଇଜଣ ପାଇବେ ପୋଲିସ୍‌ ମେଡାଲ ଜାଣନ୍ତୁ

ଓଡିଶାରୁ କେଉଁ ଦୁଇଜଣ ପାଇବେ ପୋଲିସ୍‌ ମେଡାଲ ଜାଣନ୍ତୁ

 ଓଡିଶାରୁ କେଉଁ ଦୁଇଜଣ ପାଇବେ ପୋଲିସ୍‌ ମେଡାଲ ଜାଣନ୍ତୁ

ଭୁବନେଶ୍ୱର :  ଆସନ୍ତା ୨୬ରେ ଦେଶ ପାଳିବାକୁ ଯାଉଛି ୭୪ତମ ସାଧାରଣତନ୍ତ୍ର ଦିବସ । ଏହି ଦିବସ ଅବସରରେ ୯୦୧ଜଣ ପୋଲିସ୍‌ ମେଡାଲ ପାଇବାକୁ ଥିବାବେଳେ ଓଡିଶାରୁ ୨ଜଣ ଏହି ମେଡାଲ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେହିପରି ସାହସିକତା ପାଇଁ ୧୪୦ ପୋଲିସ୍‌ କର୍ମଚାରୀ ପୁରସ୍କାର ପାଇବେ । ଉଲ୍ଲେଖନୀୟ ସେବା ପାଇଁ ୯୩ଜଣଙ୍କୁ ରାଷ୍ଟ୍ରପତି ପୋଲିସ୍‌ ମେଡାଲ ମିଳିବ । ସମ୍ମାନଜନକ ସେବା ପାଇଁ ୬୬୮ ପୋଲିସ୍‌ କର୍ମଚାର ସମ୍ମାନିତ ହେବେ ।

ଓଡିଶାରୁ ଆଇପିଏସ୍‌ ଡିଏସ୍‌ କୁଟ୍ଟେ ପାଇବେ ରାଷ୍ଟ୍ରପତି ପୋଲିସ୍‌ ମେଡାଲ । ଏହାସହିତ କନଷ୍ଟେବଲ ପ୍ରହଲ୍ଲାଦ ରାଉତ ମଧ୍ୟ ରାଷ୍ଟ୍ରପତି ପୋଲିସ୍‌ ମେଡାଲାରେ ସମ୍ମାନିତ ହେବେ ବୋଲି ସୂଚନା ମିଳିଛି ।  ଆହୁରିମଧ୍ୟ ସମ୍ମାନଜନକ ସେବା ପାଇଁ ଓଡିଶାରୁ ୧୧ଜଣ ପୁରସ୍କୃତ ହେବେ ।