ଦୁଃଖଦ ଖବର : ମିହିର ଦାସଙ୍କ ସାନପୁଅଙ୍କ ଅକାଳ ବିୟୋଗ
ଦୁଃଖଦ ଖବର : ମିହିର ଦାସଙ୍କ ସାନପୁଅଙ୍କ ଅକାଳ ବିୟୋଗ
ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତା ଥିଲେ ମିହିର ଦାସ । ସ୍ବର୍ଗତ ମିହିର ଦାସଙ୍କର ସାନପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ ହୋଇଛି। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଅକ୍ଲାନ୍ତଙ୍କ ଲିଭରରେ ସମସ୍ୟା ଥିଲା। ଏଥିପାଇଁ ମାସେ ହେଲା ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ ଅକ୍ଲାନ୍ତ। ଗତକାଲି ରାତିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। କଟକ ସତୀଚଉରା ଶ୍ମଶାନରେ ଅକ୍ଲାନ୍ତଙ୍କ ଶେଷକୃତ୍ୟ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି।
୨୦୨୨ ମସିହା ଜାନୁଆରୀ ମାସରେ୧୧ ତାରିଖରେ ମିହିର ଦାଶଙ୍କ ପରଲୋକ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା। ମହିର ଦାଶଙ୍କ ମୃତ୍ୟୁକୁ ଗୋଟିଏ ବର୍ଷ ପୁରି ନଥିବା ବେଳେ ତାଙ୍କ ସାନ ପୁଅଙ୍କ ମୃତ୍ୟୁ ଘଟିଛି। ଅକ୍ଲାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।




admin 