ନୂଆ ଭାଇରସ କବଳରେ ଓଡିଶା
ନୂଆ ଭାଇରସ କବଳରେ ଓଡିଶା
ଭୁବନେଶ୍ୱର : କରୋନା ନଜାଉଣୁ ପୁଣି ନୂଆ ଭାଇରସ୍ ରାଜ୍ୟରେ ଚିନ୍ତା ବଢାଇଛି । ଇନ୍ଫ୍ଲୁଏଞ୍ଜା (ଏଚ୍୩ଏନ୨), ରେସ୍ପିରେଟୋରି ସିନ୍ସିଟିଆଲ ଭାଇରସ୍ (ଆରଏସ୍ଭି) ଓ ହ୍ୟୁମାନ ପାରାଇନଫ୍ଲୁଏଞ୍ଜା ଭାଇରସ୍ (ଏଚ୍ପିଆଇଭି) ରାଜ୍ୟକୁ ଗତ ୧ମାସ ହେବ କବଳିତ କରି ରଖିଛି । ଏହା ସହିତ ସ୍ୱାଇନି ଫ୍ଲୁ ମଧ୍ୟ ଏବେ ଚିନ୍ତା ବଢାଇଛି ।
ପ୍ରତିଘରେ ଲୋକମାନେ ଥଣ୍ଡା, ଜ୍ୱରରେ ଆକ୍ରାନ୍ତ ହୋଇଥିବାବେଳେ ଅନେକ ଲୋକ ଏହାକୁ କୋଭିଡ୍ ଭାବି ଦ୍ୱନ୍ଦରେ ପଡୁଛନ୍ତି । ମାତ୍ର ଏହା କୋଭିଡ୍ ନୁହେଁ, ବରଂ ଭାଇରାଲ ଫିଭର ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏହି ଭାଇରସରେ ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କ ଶରୀରରେ ଦୀର୍ଘଦିନ ପର୍ଯ୍ୟନ୍ତ କାଶ ଲାଗି ରହୁଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଆହୁରି ମଧ୍ୟ କୁହାଯାଇଛି ଯେ, କୋଭିଡ୍ ଥମିବା ପରେ ଭାଇରାଲ ଫିଭର ବଢିବାରେ ଲାଗିଛି । ପରିବାରରେ ଜଣେ ଆକ୍ରାନ୍ତ ହେଲେ ଅନ୍ୟମାନେ ଜ୍ୱରରେ ପଡୁଛନ୍ତି । ବୟସ୍କମାନେ ଧଇଁସଇଁ ହୋଇପଡୁଛନ୍ତି । ଆସନ୍ତା କିଛିଦିନ ପର୍ଯ୍ୟନ୍ତ ଏଥିରୁ ନିସ୍ତାର ମିଳିନପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏଥିରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ପର୍ଯ୍ୟନ୍ତ କାଶ ଲାଗି ରହୁଥିବାରୁ ଅନେକ ହସ୍ପିଟାଲରେ ଭର୍ତ୍ତି ହେବାକୁ ବାଧ୍ୟ ହେଉଛନ୍ତି । ଏହା କେବଳ ଓଡିଶାର ସମସ୍ୟା ନୁହେଁ, ସାରା ଦେଶେରେ ଏବେ ସମାନ ସ୍ଥିତି ଦେଖିବାକୁ ମିଳୁଛି ।




admin 