ଘରୋଇ ହସ୍ପିଟାଲ ଟିକା ନେଲେ ୧୦୦ ଟଙ୍କା ଶୁଳ୍କ ଦେବାକୁ ପଡିବ : କମିଶନର

ଘରୋଇ ହସ୍ପିଟାଲ ଟିକା ନେଲେ ୧୦୦ ଟଙ୍କା ଶୁଳ୍କ ଦେବାକୁ ପଡିବ : କମିଶନର

 ଘରୋଇ ହସ୍ପିଟାଲ ଟିକା ନେଲେ ୧୦୦ ଟଙ୍କା ଶୁଳ୍କ ଦେବାକୁ ପଡିବ : କମିଶନର
ଭୁବନେଶ୍ୱର: ମାର୍ଚ୍ଚ ୧ ତାରିଖରୁ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ କରୋନା ଟିକା ଦିଆଯିବ । ରାଜଧାନୀ ଭୁବନେଶ୍ୱରରେ ମୋଟ ୨୨ଟି ହସ୍ପିଟାଲରେ ଟିକା ଦିଆଯିବ । ତେବେ ସରକାରୀ ହସ୍ପିଟାଲରେ ଟିକା ସମ୍ପୂର୍ଣ୍ଣ ମାଗଣା ଦିଆଯିବାକୁ ଥିବାବେଳେ ଘରୋଇ ହସ୍ପିଟାଲରେ ଟିକା ପାଇଁ ସର୍ଭିସ ଚାର୍ଜ ୧୦୦ ଟଙ୍କା ଦେବାକୁ ପଡ଼ିବ । ୩ୟ ପର୍ଯ୍ୟାୟ ଟିକାକରଣ ସମ୍ପର୍କରେ ସୂଚନା ଦେବା ଅବସରରେ ଏହା କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଶ୍ରୀ ଚୌଧୁରୀ କହିଛନ୍ତି ଯେ, ୨୦ ପ୍ରକାର ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରାଯିବ । ଭୁବନେଶ୍ୱରରେ ଟିକାକରଣ ପାଇଁ ୨୨ଟି ହସ୍ପିଟାଲ ମନୋନୀତ ହୋଇଛି । ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକା ଦିଆଯିବ । ତେବେ ସରକାରୀ ହସ୍ପିଟାଲରେ ଟିକା ସମ୍ପୂର୍ଣ୍ଣ ମାଗଣା ଦିଆଯିବ । ସରକାରୀ ହସ୍ପିଟାଲରେ ପୂର୍ବରୁ ଚିହ୍ନଟ ଲୋକଙ୍କୁ ଟିକା ଦିଆଯିବ । ପ୍ରଥମ ଦିନରେ ପ୍ରତି କେନ୍ଦ୍ରରେ ୬୦ ଜଣ ଲେଖାଏଁ ଲୋକଙ୍କୁ ଟିକା ଦିଆଯିବ । ଘରୋଇ ହସ୍ପିଟାଲରେ ଟିକା ନେବାକୁ ନିର୍ଦ୍ଧିଷ୍ଟ ଶୁଳ୍କ ଦେବାକୁ ପଡ଼ିବ । ଟିକା ନେବାକୁ ହେଲେ କୋୱିନ ୨.୦ରେ ପଞ୍ଜିକରଣ କରିବାକୁ ପଡ଼ିବ । ସୋମବାର ଠାରୁ ଘରୋଇ ହସ୍ପିଟାଲ ପାଇଁ ନାମ ପଞ୍ଜିକରଣ କରି ହେବ । ମଙ୍ଗଳବାର ଠାରୁ ଘରୋଇ ହସ୍ପିଟାଲରେ ଟିକା ଦିଆଯାଇପାରିବ । ଘରୋଇ ହସ୍ପିଟାଲରେ ଟିକା ପାଇଁ ସର୍ଭିସ ଚାର୍ଜ ୧୦୦ ଟଙ୍କା ପଡ଼ିବ । ଟିକା ମୂଲ୍ୟ କେତେ ପଡ଼ିବ କେନ୍ଦ୍ର ସରକାର ଖୁବଶୀଘ୍ର ଜଣାଇବେ । ରବିବାର ସୁଦ୍ଧା ଟିକା ମୂଲ୍ୟ ନେଇ ସୂଚନା ମିଳିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।